ଭିନ୍ନକ୍ଷମ ତାଲିମ ଶିବିର ଅନୁଷ୍ଠିତ
ବରଗଡ ଜିଲ୍ଲା ସୋହେଲା ବ୍ଲକ ଛୁରିଆପାଲି ଉଚ୍ଚ ବିଦ୍ୟାଳୟ ଠାରେ ଏକ ଦିବସୀୟ ଭିନ୍ନକ୍ଷମ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିର କୁ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ମନୋହର ଉଟ୍ଟି ଓ ପ୍ରଧାନ ଶିକ୍ଷକ ଶ୍ରୀ ଶଶୀ ଭୂଷଣ ବେହେରା ଶୁଭ ଉଦ୍ଘାଟନ କରିଥିଲେ।ସୋହେଲା ବ୍ଲକ ର ସବୁ କ୍ଲଷ୍ଟର ର CRCC,ଦୁଇ ଜଣ ଶିକ୍ଷକ ଓ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ପିତା ମାତା ୧୨୦ ଜଣ ଏହି ତାଲିମ ଶିବିର ରେ ଯୋଗ ଦେଇ ଥିଲେ।ଦିବ୍ୟଙ୍ଗ ଛାତ୍ର ଛାତ୍ରୀଙ୍କ ସାମୁହିକ ବିକାଶ ପାଇଁ ଅଭିଭାବକ, ଶିକ୍ଷକ ମାନଙ୍କ ଭୂମିକା ଓ ସରକାରଙ୍କ ତରଫରୁ ଯୋଗାଇଦିଆ ଯାଉଥିବା ସୁବିଧା ସୁଯୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ପ୍ରଶିକ୍ଷକ ଭାବରେ ଶିକ୍ଷକ କ୍ଷିରୋଦ୍ର ସାହୁ , ରାଜ କୁମାର ପଧାନ ଓ CRCC କୃପାସିନ୍ଧୁ ପାଣ୍ଡେ ତାଲିମ ପ୍ରଦାନ କରିଥିଲେ।BRT ଶ୍ରୀ ଦୀପକ ପ୍ରଧାନ ଓ ଦିନବନ୍ଧୁ ନାୟକ ଶିବିର ପରିଚାଳନା କରିଥିଲେ। ଶେଷରେ ଉପସ୍ଥିତ ପିତାମାତା, ଶିକ୍ଷକ ଙ୍କୁ ‘ ସକ୍ଷମ ‘ ମାର୍ଗଦର୍ଶିକା ପୁସ୍ତକ ବଣ୍ଟନ କରାଯାଇ ଥିଲା। ପରିଶେଷରେ ଶିକ୍ଷକ ଶ୍ରୀ ମାନଭଞ୍ଜନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ କୋଶଳ ଟିଭି
