ଆଇଁଲାପାଲି ଗ୍ରାମ ପଞ୍ଚାୟତ ବିଜେଡ଼ି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ ଜନ୍ମଦିନ ଅବସରରେ ୭୭ ୟୁନିଟ୍ ରକ୍ତ ବରଗଡ଼ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ହୋଇଥିଲା ll ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ତଥା ଅତାବିରା ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ତତ୍ତ୍ଵାବଧାନରେ ଏହି ରକ୍ତଦାନ ଶିବିର ଉଦ୍ଘାଟନ ହୋଇଥଲା l ଏହି ଶିବିରକୁ ଓଡ଼ିଶା ମୋ ପରିବାର ତଥା ଜୀବନ ବିନ୍ଦୁର ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଉଦ୍ଘାଟନ କରିଥିଲେ ll କାର୍ଯକ୍ରମକୁ ଅଇଁଲାପାଲି ର ସମିତି ସଭ୍ୟ ତୁଷବନ୍ତ ବେହେରାଙ୍କ ତତ୍ତ୍ଵାବଧାନରେ ହୋଇଥିଲା , ଉକ୍ତ କାର୍ଯ୍ୟକ୍ରମରେ ସମାଜ ସେବୀ ପ୍ରକାଶ ଦାସ , ରମେଶ ପଧାନ , ପ୍ରହଲ୍ଲାଦ ବେହେରା ପ୍ରମୁଖ ସହଯୋଗ କରିଥିଲେ , ଉକ୍ତି କାର୍ଯକ୍ରମ ରେ ଯୁବ, ଛାତ୍ର , ମହିଳା ସମସ୍ତେ ସାମିଲ ହୋଇଥିଲେ ll
