HomeKoshalTv Exclusiveଆଜାଦୀ କପ ରେମଣ୍ଡା ଦଶମ ମେଚ ,ବହଲପାଲି ଏକାଦଶ ୨/୦ ଗୋଲ ରେ ବିଜୟୀ

ଆଜାଦୀ କପ ରେମଣ୍ଡା ଦଶମ ମେଚ ,ବହଲପାଲି ଏକାଦଶ ୨/୦ ଗୋଲ ରେ ବିଜୟୀ

ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ର ଆଜାଦୀ କପ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଚାଲିଥିବା ଦଶମ ମେଚ ଦ୍ଵିତୀୟ କ୍ୱାଟର ଫାଇନାଲରେ ବହଲପାଲି ଓ ଡୁଂଗରୀପାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବହଲପାଲି ଏକାଦଶ ୨/୦ ଗୋଲ ରେ ବିଜୟୀ ହୋଇ ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ ମନୋଜ ଅଗ୍ରୱାଲ ଓ ସମ୍ମାନୀତ ଅତିଥି ଭାବେ ଆଶିଶ ଶର୍ମା, ସଞ୍ଜୟ ତ୍ରପାଠୀ ଓ ସଞ୍ଜୟ ସ୍ୱାଇଁ ଯୋଗ ଦେଇଥିଲେ। ଶ୍ରେଷ୍ଠ ଖେଳାଳି ଭାବେ ବହଲପାଲି ଏକାଦଶ ର ସଚିନ ବିଶ୍ବାଲ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ରେଫରୀ ଭାବେ ଅଶ୍ଵିନି ମେହେର, ଦାଶ ଓ ଟିକୁ ବଡପଣ୍ଡା ଖେଳ ପରିଚାଳନା କରିଥିଲେ। ଆଜି ର ଖେଳ ପରିଚାଳନାରେ ଶିବ ପ୍ରସାଦ ଖମାରୀ,ଗୋପାଲ ସେଟ, ଉମାକାନ୍ତ ହଟେଇ, ସରୋଜ ଖମାରି, ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ।ମେଚ ର ଧାରାବିବରଣୀ ପ୍ରଦାନ କରିଥିଲେ ଅବସରପ୍ରାପ୍ତ ଖେଳ ଶିକ୍ଷକ ପର୍ଶୁରାମ ପାତ୍ର ଓ ସଞ୍ଜୟ ନନ୍ଦ ।ଏହି ସମୟରେ ଚିରସବୁଜ ସାଂସ୍କୃତିକ ସଂସଦ ଓ ରେମଣ୍ଡା ଏଥେଲେଟିକ ଏସୋସିଏସନ ର ସଦସ୍ୟମାନେ ଉପସ୍ଥିତ ରହି ଖେଳାଳି ମାନକୁଂ ଉତ୍ସାହିତ କରିଥିଲେ। ଆଜି ବହୁ ସଂଖ୍ୟାରେ ଫୁଟବଲ ପ୍ରେମୀ ମାନେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ

LEAVE A REPLY

Please enter your comment!
Please enter your name here

Must Read

Google search engine