ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଚାଲିଥିବା ରେମଣ୍ଡା ଏଥେଲେଟିକ ଏସୋସିଏସନ ଓ ଚିରସବୁଜ ସାଂସ୍କୃତିକ ପକ୍ଷରୁ ଚାଲିଥିବା ଫୁଟବଲ ମହୋତ୍ସବ ୨୦୨୨ ର ଆଜାଦୀ କପ ର ଦ୍ଵାଦଶତମ ଚତୁର୍ଥ କୁଆଟର ଫାଇନାଲ ମ୍ୟାଚରେ ଥୁଆପାଲି ଏକାଦଶ ଓ ଚିଚିଂଡା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚିଚିଂଡା ଏକାଦଶ ୧/୦ ଗୋଲ ରେ ବିଜୟୀ ହୋଇ ହୋଇଛନ୍ତି। ଆଜି ର ମେଚ ରେ ମୁଖ୍ୟ ଅତିଥି ଭାବରେ ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ଓ ସମ୍ମାନୀତ ଅତିଥି ଭାବେ ବରଗଡ ଜିଲ୍ଲା ବିଜେପି ସଭାପତି ଅଶ୍ୱନୀ କୁମାର ଷଡଙ୍ଗୀ, କୁଶ କୁମ୍ଭାର, ବିପିନ ଭୂସାଗର, ଯଶୋବନତ ସେଟ, ଅମିତ କୁମାର ପଣ୍ଡା।ରେଫରୀ ଭାବେ ଶିବାନନ୍ଦ ଦାଶ, ଅନୀଲ ବାଗ ଓ ଅଶ୍ଵିନି ମେହେର ।ଶେଷ୍ଠ ଖେଳାଳି ଭାବେ ଚିଚିଂଡା ଏକାଦଶ ର ବିଶ୍ବାଲ ଯୋଗ୍ଯ ବିବେଚିତ ହୋଇଥିଲେ । ମୁଖ୍ୟ ଅତିଥି ସାଂସଦ ସୁରେଶ ପୂଜାରୀ ଓ ସମ୍ମାନୀତ ଅତିଥି ବରଗଡ ଜିଲ୍ଲା ବିଜେପି ସଭାପତି ଅଶ୍ୱନୀ ଷଡଙ୍ଗୀ ପୁରସ୍କାର ପ୍ରଦାନ କରିଥିଲେ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜି ଖେଳ ପରିଚାଳନା ରେ ଶିବ ପ୍ରସାଦ ଖମାରୀ, ଗୋପଲ ସେଟ, ଗଂଗାଧର ମେହେର, ଯୋଗେଶ୍ବର ସାହୁ, ଉମାକାନ୍ତ ହଟେଇ, ସରୋଜ ଖମାରି, ସୂର୍ଯ୍ୟ କୁମାର ମେହେର, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ସମୟରେ ରେମଣ୍ଡା ଏଥେଲେଟିକ ଏସୋସିଏସନ ଓ ଚିରସବୁଜ ସାଂସ୍କୃତିକ ସଂସଦ ପକ୍ଷରୁ ସମସ୍ତ ସଦସ୍ୟ ଉପସ୍ଥିତ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ଧାରାବିବରଣୀ ଦେଇଥିଲେ ସଞ୍ଜୟ ନନ୍ଦ।
