HomeKoshalTv Exclusiveରେମଣ୍ଡା "ଆଜାଦୀ କପ"ଫୁଟବଲ ,ଜାମଡୋଲ ବିଜୟୀ

ରେମଣ୍ଡା “ଆଜାଦୀ କପ”ଫୁଟବଲ ,ଜାମଡୋଲ ବିଜୟୀ

ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଚିରସବୁଜ ସାଂସ୍କୃତିକ ସଂସଦ ଓ ଏଥେଲେଟିକ ଏସୋସିଏସନ ପକ୍ଷରୁ ଚାଲିଥିବା ରେମଣ୍ଡା ଫୁଟବଲ ମହୋତ୍ସବ ର ୨୦୨୨ ର “ଆଜାଦୀ କପ” ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ମେଚ ରେ କ୍ଷୀରାପାଲି ଓ ଜାମଡୋଲ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ “ସେବା ସୁରକ୍ଷା ସମିତି” ସଭାପତି ଗୋବିନ୍ଦ ନାଗ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଭେଡେନ ବ୍ଲକ ଭେଡେନ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ କୃଷ୍ନ କୁମାର ମହାନ୍ତି, ରେମଣ୍ଡା ପେକ୍ସ ଡାଇରେକ୍ଟର ଧର୍ମରାଜ ଖମାରୀ, ଶୁକଦେବ ବଗର୍ତ୍ତୀ ଓ ନରେଶ ଖମାରୀ ଯୋଗ ଦେଇଥିଲେ। ଆଜି ର ମେଚ ସଂଘର୍ଷ ପୂଣ୍ଣ ହୋଇଥିଲା, ନିର୍ଧାରିତ ସମୟରେ ମଧ୍ୟ ଅମୀମାଂସିତ ହୋଇଥିଲା, ଫଳରେ ପେଲାନଟିକ ଜରିଆରେ ୩/୧ ଗୋଲ ଜାମଡୋଲ ବିଜୟୀ ହୋଇଥିଲେ। ଶେଷ୍ଠ ଖେଳାଳି ଭାବେ ଜାମଡୋଲ ର ଅଜିତ ନେଗୀ ମନୋନୀତ ହୋଇଛନ୍ତି। ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ। ଆଜି ମେଚ ରେଫରୀ ଶୁଭମ ପାତ୍ର, ଶିବାନନ୍ଦ ଦାଶ ଓ ଅନୀଲ ବାଗ ଖେଳ ପରିଚାଳନା କରିଥିଲେ। ଖେଳ ପରିଚାଳନାରେ ଶିବ ପ୍ରସାଦ ଖମାରୀ, ଗୋପଲ ସେଟ,ଗଂଗାଧର ମେହେର ଶୁସାନ୍ତ ସାହୁ,ଉମାକାନ୍ତ ହଟେଇ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାଥମିକ ଚିକିତ୍ସା ଓ ଜଳଯୋଗାଣ କରିଥିଲେ ଅକ୍ଷୟ ସାହୁ, ସନାତନ ପାଇକ ଶ୍ଯାମଚାନ୍ଦ ସାଥୁଆ ଓ ଜଗନ୍ନାଥ ଦାସ। ଏହି ସମୟରେ ରେମଣ୍ଡା ଚିରସବୁଜ ସାଂସ୍କୃତିକ ସଂସଦ ଓ ଏଥେଲେଟିକ ଏସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।ଧାରାବିବରଣୀ ଦେଇଥିଲେ ପର୍ଶୁରାମ ପାତ୍ର ଓ ସଞ୍ଜୟ ନନ୍ଦ।

LEAVE A REPLY

Please enter your comment!
Please enter your name here

Must Read

Google search engine