ବରଗଡ ଜିଲ୍ଲା ଭେଡେନ ବ୍ଲକ ଅରଯୁଂଡା ପଞ୍ଚାୟତ ମର୍ହାପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ମର୍ହାପାଲି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, କୁଇଜ୍, ତର୍କ, ପ୍ରବନ୍ଧ, ନୃତ୍ୟ, ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ଭୋଇ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଂଡା ଓ ସମ୍ମାନୀତ ଅତିଥି ଭାବେ ଅରଯୁଂଡା ସରପଞ୍ଚ ପ୍ରତିନିଧି ଅକ୍ଷୟ କୁମାର ଦୀପ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ ଭିତରିଆ, ସିଆରସିସି ସୂର୍ଯ୍ୟ ଚନ୍ଦ୍ର ପଟେଲ ଯୋଗ ଦେଇ ଥିଲେ ଓ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କ୍ଲଷ୍ଟର ସ୍ତରୀୟ ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ /ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ନିଲାମ୍ବର ଧାରୁଆ ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ କୋଶଳ ଟିଭି