ଭେଡେନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ୨୦୨୨ ର ଅନୁଷ୍ଠିତ ହୋଇଯାଇଛି ।
ଭେଡେନ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୨ ର ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ କଂ ଆହ୍ବାନ କ୍ରମେ କୁବେଡେଗା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ର ଭାନୁ କଚ୍ଛପ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଏଥିରେ ବରିଷ୍ଠ ବିଭାଗ ଓ କନିଷ୍ଠ ବିଭାଗ ର ଲିଖନ,ଚିତ୍ରାଙ୍କନ, କୁଇଜ, ଶ୍ରୁତଲିଖନ, ସଂଗିତ, ତର୍କ, ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଓ ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନେ ଜିଲ୍ଲା ସ୍ତର ଅଂଶ ଗ୍ରହଣ କରିବେ। କନିଷ୍ଠ ବିଭାଗ ରେ ସାଇନା ଭୂଏ, ଅଲିଶା ମହାକୁର, ଜସ୍ମିନ ପଧାନ, ଆକାଂକ୍ଷା ପଧାନ, ପ୍ରିୟାଂଶୁ ଷଣ୍ଢ, ରିତା ରାଣୀ ତ୍ରିପାଠୀ। ବରିଷ୍ଠ ବିଭାଗ ରେ ସ୍ଥିତିପ୍ରଜ୍ଞା ପଣ୍ଡା, ପୂଜାଶ୍ରୀ ବିଶି, ଆଦ୍ୟାଶା ବହିଦାର, ଜିନା ମେହେର, ଦେବେଶା ମେହେର, ଅଭିଜ୍ଞାନ ଦାଶ, ବିଷ୍ନୁ ପ୍ରିୟା ବିଶି । ସଂଗିତ ଦିବ୍ୟାଗଂ ରେ ପଟେଲ, ଚିତ୍ରାଙ୍କନ ରେ ଯମୁନା ବାଗ, ହସ୍ତକଳା ଓ ଚିତ୍ରକଳା ରେ ଆନନ୍ଦ ଭଏନା ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା କୃତକାର୍ଯ୍ୟ ହୋଇଛନ୍ତି ଓ ପୁରସ୍କୃତ ହୋଇଥିଲେ। ଏଥିରେ ବିଚାରକ ଭାବେ ଭେଡେନ ଓ ଅତାବିରା ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରି ମନୋନୀତ କରିଛନ୍ତି। ସୁରଭି ର ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିଲେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଂଗ ଓ ସମ୍ମାନୀତ ବିଡିଓ ରଘୁନାଥ ପାଣିଗ୍ରାହୀ, କୁବେଡେଗା ସରପଞ୍ଚ ଜନ୍ମଜୟ ମିଶ୍ର, ସମିତି ପ୍ରଦ୍ଵୁତ ତ୍ରିପାଠୀ ଯୋଗଦେଇଥିଲେ। ଅତିଥି ପରିଚୟ ପ୍ରଦାନ ବିଜୟ କୁମାର ଜେଶୱାଲ, ଏହି କାର୍ଯ୍ୟକ୍ରମରେ କୁବେଡେଗା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୁଦ୍ରଦେବ ସାହା କଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।
ମଂଚ ପରିଚାଳନା କରିଥିଲେ ପର୍ଶୁରାମ ପାତ୍ର ଓ ଗୋବିନ୍ଦ ସେଟ ଓ ସିଆରସିସି ଦିଲିପକୁମାର କର୍ମୀ, କ୍ଷିତେସ୍ଵର ବେହେରା ଓ କୁବେଡେଗା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ଭେଡେନ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବନମାଳୀ ଦାଶ ସମସ୍ତ ସହଯୋଗ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ। ଭେଡେନ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ କୋଶଳ ଟିଭି