“ନିତିନ” ଦ୍ବିଦିବସୀୟ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।
ବରଗଡ ଜିଲ୍ଲା ଡୁଂଗରୀପାଲି ଠାରେ ବୀରଭୈରୋ ସ୍ପୋର୍ଟିଂ କ୍ଲବ ପକ୍ଷରୁ “ନୀତିନ ମେମୋରିଆଲ” ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନୀ ମେଚ ରେ ମୁଖ୍ୟ ଅତିଥିଭାବେ ପୁର୍ବତନ ଫୁଟବଲ ଖେଳାଳି ତଥା ବରିଷ୍ଠ ସମାଜସେବୀ ବୀରବର ବାଗ ଯୋଗ ଦେଇ ଥିଲେ। ପ୍ରଥମ ଦିନର ମେଚ ବ୍ରାହ୍ମଣ ତୁରୁମ ଓ ଲହଣ୍ଡା ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ ତଥା ଦ୍ଵିତୀୟ ଦିନ ଲଚିଦା ଓ ପୁଟପୁଟପାଲି ମଧ୍ୟ ଏକ ସଂଘର୍ଷପୂର୍ଣ୍ଣ ମେଚ ହୋଇଥିଲା। ଟାଇବ୍ରେକର୍ ଜରିଆରେ ୮/୭ ଗୋଲରେ ଲଚିଦା ଦଳ ବିଜୟୀ ହୋଇଥିଲେ ।ଉଦଯାପନୀ ଉତ୍ସବକୁଟ ସଭାପତିତ୍ବ କରିଥିଲେ, ରାଜକୁମାର ସରାଫ। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପର୍ଶୁରାମ ପାତ୍ର ଯୋଗ ଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଫୁଟବଲ ଖେଳାଳି ତଥା ରେମଂଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଏକାଦଶୀଆ ହଟେଇ, ସାମାଜସେବୀ ତଥା ଡୁଂଗରୀପାଲି ବିଡିସି ସଭାପତି ରାଜେନ୍ଦ୍ର ବାଗ, ମହେନ୍ଦ୍ର ଠାକୁର ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଓ ଟ୍ରଫି ପ୍ରଦାନ କରିଥିଲେ।ପ୍ରଦୀପ ଭୋଇ, ପଂକଜ ମିର୍ଦ୍ଧା, ଦେବାଶିଷ ପ୍ରଧାନ ଓ କେଶବ ଭୋଇ ଖେଳ ପରିଚାଳନା କରିଥିବା ବେଳେ ସ୍କୋର ବୋର୍ଡ ପରିଚାଳନା କରିଥିଲେ ଯୁଧିଷ୍ଠିର ବାଗ ଓ ରାଧେଶ୍ଯାମ ଭୁଏ। ପରିଶେଷରେ ଡୁଂଗରୀପାଲି ବିଡିସି ସଭାପତି ରାଜେନ୍ଦ୍ର ବାଗ ଖେଳାଳି ମାନକୁଂ ଶାନ୍ତି ଶୃଙ୍ଖଳାର ସହ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ କୋଶଳ ଟିଭି