HomeKoshalTv Exclusiveଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି
୨୯/୧୦ ବରଗଡ଼ କୋଶଳ ମିଡ଼ିଆ ସର୍ଭିସ୍ – ଜିଲ୍ଲା ସ୍ତରୀୟ ଗୁରୁ ଭଗବାନ ସାହୁ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିକା ତପସ୍ୱିନୀ ଗୁରୁ ମହୋଦୟାଙ୍କ
ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏହି ସଭାରେ ଶବ୍ଦ ନୃତ୍ୟ ଉପରେ ଗୁରୁ ଭଗବାନ ସାହୁଙ୍କ ନୈପୁଣ୍ୟ ନେଇ ଆଜି ବିଦ୍ଵାନ ସମୀକ୍ଷକ ମାନେ ଓଜସ୍ବୀନୀ ବକ୍ତବ୍ୟ ରଖିଥିଲେ । ଜଣେ ସଫଳ ଓ ଅନୁଭବୀ ନାଟ୍ୟ ପ୍ରତିଭା ଏବଂ ନାଟ୍ୟ ନିର୍ଦ୍ଦେଶକ ଭାବେ ଗୁରୁ ଭଗବାନ ସାହୁ ଶବ୍ଦ ନୃତ୍ୟ ର ଜଣେ ସଫଳ ବିନ୍ଧାଣି ଭାବରେ ସମଗ୍ର ଓଡ଼ିଶାରେ ଚିର ପରିଚିତ । ଐତିହାସିକ ପୃଷ୍ଠଭୁମି ଉପରେ ଆଧାରିତ ତାଙ୍କର ନାଟକ ବୀର ସୁରେନ୍ଦ୍ର ସାଏ ପାଞ୍ଚ ହଜାର ରାତି ଅଭିନୟ ହେବା ଏକ ସର୍ବକାଳୀନ ରେକର୍ଡ଼ । ଓଡ଼ିଶାର ସାହିତ୍ୟ, ଅଧ୍ୟାତ୍ମ୍ୟ, ସାମାଜିକ ଜୀବନ, ସଂସ୍କୃତି ଏବଂ ସ୍ଵାଧିନତା ଅନ୍ଦୋଳନ କ୍ଷେତ୍ରରେ ଅଲିଭା ପଦଚିହ୍ନ ଛାଡ଼ିଯାଇଥିବା ଏହି ନାଟକ ଯେ ଥରେ ଦେଖିଛି ସେ ବାର ବାର ଦେଖିବାକୁ ଇଛା ରଖିଛି । ସମ୍ବଲପୁରୀ କୋଶଳୀ ଭାଷାର ନାଟକ ମହାସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ । ଏହି ନାଟକର ଅଭିନେତା ମାନଙ୍କର ସଂଳାପ ଅତ୍ୟନ୍ତ ସ୍ପଷ୍ଟ ଓ କଳାକାର ମାନଙ୍କର ଅଭିନୟରେ ଅଭିନୟ ଚାତୁରୀର ଝଳକ୍ ଦର୍ଶକ ମାନଙ୍କ ନିଦକୁ ହଜେଇବା ରେ ସଫଳ ହୋଇଥିଲା । କଳା ଓ ଶବ୍ଦ ନୃତ୍ୟ କୁ ନିଜ ଜୀବନର ଲକ୍ଷ୍ୟ ଭାବେ ନେଇ କରଥିବା ସରକାରୀ ଚାକିରୀ କୁ ପରିତ୍ୟାଗ କରି ଜୀବନ ତମାମ୍ ତାରି ଭିତରେ ବୁଡ଼ି ରହିଥିବା ଏହି ବର୍ଷୀୟାନ ନାଟ୍ୟକାର ଆଜି ତାଙ୍କରି ଜିଲ୍ଲା ରେ ଅବହେଳିତ । ଶବ୍ଦ ନୃତ୍ୟ କୁ ଗୋଟିଏ ସ୍ବତନ୍ତ୍ର ସ୍ବରୂପ ଦେବାରେ ଭଗବାନ ସାହୁ ତାଙ୍କର ଅବସାଦକୁ କାହା ଆଗରେ ଏତେ ସହଜରେ ପ୍ରକାଶ କରି ଅନୁକମ୍ପାଗ୍ରାହୀ ହେବା ଅପେକ୍ଷା ଦୃଢ଼ତାର ସହ ତାର ମୁକାବିଲା କରୁଥିଲେ । ଫଳତଃ ତାଙ୍କର ଜମିବାଡୀ ବିକ୍ରି କରି, ଘରେ ଥିବା ସୁନା ଗହଣା ବନ୍ଧା ରଖି ଏ କ୍ଷେତ୍ରରେ ସମଗ୍ର ଜୀବନ କୁ ବ୍ୟୟ କରିଥିଲେ । ନାଟକ ସହ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପର୍ବ କୁ ଏକାସାଙ୍ଗରେ ପାଳନ କରିବା ର ପରିକଳ୍ପନା ମଧ୍ୟ ଗୁରୁ ଭଗବାନ୍ ସାହୁଙ୍କ ପ୍ରଚେଷ୍ଟା ଥିଲା । ଭଗବାନ ସାହୁଙ୍କ ନେଇ ମୋ ସୋହେଲା ମାଟି ଯେଉଁ ପରିଚୟ ଦେଇଛି ସେ ପାଇଁ ମୁଁ ବିଶେଷ ମାତ୍ରା ରେ ଗର୍ବିତ, ଏଥିପାଇଁ ଯେ, ଆମ ମାଟିରେ – ସୋହେଲା ଦୁର୍ଗାପୂଜା କମିଟି ର ସ୍ଥାୟୀ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଙ୍କ ର ଉଦ୍ୟମ ରେ ବୀର ସୁରେନ୍ଦ୍ର ସାଏ ନାଟକ ପାଣ୍ଡୁଲିପି ରୁ ପୁସ୍ତକ ଆକାରରେ ପ୍ରକାଶିତ ହେଇଥିଲା । ଦ୍ବିତୀୟ ରେ ସେହି ବର୍ଷ ଠାରୁ ପ୍ରତିବର୍ଷ ସୋହେଲା ଦୁର୍ଗାପୂଜା ରେ କୁମ୍ଭାରୀ ଭଗବାନ ପାର୍ଟି ନିଜର ନାଟକ ମଞ୍ଚସ୍ଥ କରି ଆସୁଥିଲେ ।

ନୁଆଖାଇ କୁ ଗୋଟିଏ ଦିନରେ ପାଳନ କରିବା ର ପରିକଳ୍ପନା ରେ ଖୁସି ହୋଇ ବରଗଡ଼ ସମ୍ବଲପୁରୀ ବସ୍ତ୍ରାଳୟର ପ୍ରତିଷ୍ଠାତା କୃତାର୍ଥ ଆଚାର୍ଯ୍ୟ ପ୍ରତିବର୍ଷ ନୂଆଁଖାଇ ଦିନ ସମ୍ବଲପୁରୀ ଶାଢୀ ଖଣ୍ଡିଏ ଲେଖା ଭେଟି ଦେବା କିଛି ସାଧାରଣ କଥା ନୁହେଁ । ସମ୍ବଲପୁର ଲୋକ ମହୋତ୍ସବ ର ପରିକଳ୍ପନା ମଧ୍ୟ ଭଗବାନ୍ ସାହୁ ଙ୍କ ଚିନ୍ତନ ରୁ ଜନ୍ମ । ଯାହାକୁ ଅନୁସରଣ କରି କୋରାପୁଟ ର ପରବ୍, କଲା ହାଣ୍ଡି ର ଘୁମରା ଭଳି ଅନେକ ଲୋକ ମହୋତ୍ସବ ମାନ ପରବର୍ତ୍ତୀ ସମୟରେ ଏହାକୁ ଫଲୋ କରି ଅନୁଷ୍ଠିତ ହୋଇ ଆସୁଅଛି । ଏଭଳି ଜଣେ ବର୍ଷୀଆନ୍‌ ଗୁରୁ ଭଗବାନ ସାହୁଙ୍କ ପୂର୍ଣ୍ଣାଙ୍ଗ ପ୍ରତି ମୂର୍ତ୍ତି ଟିଏ ବରଗଡ ଜ଼ିଲ୍ଲା ସଦର ମହକୁମା ରେ ଜ଼ିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରେ ସ୍ଥାପିତ ହେବା ର ଦାବୀ ର ସ୍ବର ଶୁଭିବା ଆରମ୍ଭ ହେଲାଣି । ଏଥି ସହ ଜିଲ୍ଲାର ଯେ କୌଣସି ଗୋଟିଏ ରାସ୍ତା କୁ ଗୁରୁ ଭଗବାନ ସାହୁ ମାର୍ଗ ନାମରେ ନାମିତ କରାଗଲେ ତାହାହିଁ ହେବ ଗୁରୂ ଭଗବାନ ସାହୁ ଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ସାଧାରଣରେ ଦାବୀ ହେଉଛି । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଅତିଥି ମାନଙ୍କ ମଧ୍ୟରେ ଥିଲେ ଦ୍ବାରିକାନାଥ ନାୟକ, ମୋହନ ସାହୁ, ପ୍ରଦୀପ ଦେବତା, ପ୍ରଦୀପ କୁମାର ହୋତା , ତପସ୍ୱିନୀ ଗୁରୁ ପ୍ରମୁଖ ଉପସ୍ଥିତ ରହି ଗୁରୁ ଭଗବାନ ସାହୁଙ୍କ ସ୍ମୃତି ଚାରଣ କରୁଥିଲେ। । ବ୍ୟୁରୋ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine