୧୯୮୩ ଶିକ୍ଷାବର୍ଷର ଦଶମ ଶ୍ରେଣୀ ଛାତ୍ରଙ୍କ ବନ୍ଧୁମିଳନ…ଦଶମତମ ତମ ରୁଦ୍ରାଭିସେକ ଓ ମହାମୃତ୍ୟୁଞ୍ଜୟ ଜପ
ରେଙ୍ଗାଲିକ୍ୟାମ୍ପ ତା 6/୧୧….ଅତାବିରା ବ୍ଲକ ସରଣ୍ଡା ସ୍ଥିତ ବାବା ବିଶ୍ୱେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଅତାବିରା ଉଚ୍ଚ ବିଦ୍ୟାଳୟ ର ୧୯୮୩ ଶିକ୍ଷାବର୍ଷ ର ଦଶମ ଶ୍ରେଣୀ ଛାତ୍ର ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ନେଇ ସଂଯୋଜକ ବଳରାମ ସାହୁ ଙ୍କ ଆହ୍ବାନ କ୍ରମେ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ପ୍ରତିବର୍ଷ ଭଳି ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ସରଣ୍ଡା ବାବା ବିଶ୍ଵେଶ୍ୱର ଙ୍କ ମନ୍ଦିର ରେ ରୁଦ୍ରାଭିଶେକ ସହ ମହାମୃତ୍ୟୁଞ୍ଜୟ ଜପ କରାଯାଇଥିଲା। ଏହି ରୁଦ୍ରାଭିଶେକ ରେ ବଳରାମ ସାହୁ ଓ ତାଙ୍କ ଧର୍ମପତ୍ନୀ ମଞ୍ଜୁଲତା ସାହୁ ଓ କାଡାଲି ତୁଳସୀ ପ୍ରକାଶ ରାଜୁ ଓ ଧର୍ମପତ୍ନୀ କାଡାଲି ଭାରତୀ ସାହୁ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ପଣ୍ଡିତ ବାବୁଲାଲ ପାଣ୍ଡିଆ ଓ ସାଥୀ ଙ୍କ ପୌରୋହିତ୍ୟ ଦାୟିତ୍ଵ ତୁଲାଇଥିଲେ। ସମସ୍ତ ସହପାଠୀ ବନ୍ଧୁ ମାନଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା। ଏହି ଦୁନିଆରୁ ବିଦାୟ ନେଇ ସାରିଥିବା ବିଜୟ ମେହେର,ଗୌର ପ୍ରଧାନ,ସହଦେବ ପ୍ରଧାନ, ଚନ୍ଦ୍ରକାନ୍ତ ସ୍ୱାଇଁ,ରାମକୃଷ୍ଣ ସ୍ୱାଇଁ,ସୁରେଶ ସିଂହ,ଅର୍ଜୁନ ସୁସାରୀ,ସରୋଜ ପ୍ରଧାନ, କାଳାଚନ୍ଦ୍ ଗଡତିଆ ,ଶରତ ରଥ,ବସନ୍ତ ଗୌଡ଼ ଓ ଦିବ୍ୟ କିଶୋର ଦେବତା ଆଦି 20 ଜଣ ଦିବଂଗତ ଆତ୍ମା ମାନଙ୍କର ଆତ୍ମାର ସଦଗତି ପାଇଁ ପ୍ରଥମେ ସମସ୍ତେ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହାପରେ ଗୁରୁଶିଷ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ବିଦ୍ୟାଦାତା ଗୁରୁ ମାନଙ୍କୁ ଆସ୍ଥାନରେ ବସାଇ ,ପାଦଧୌତ କରି ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ମାନ ଜଣାଇ ପୂଜା କରିଥିଲେ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ଗୁରୁ ଋଷୁଭ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, କୁମର ବେହେରା,, ଭରତ ସାହୁ ଙ୍କୁ ପୂଜା କରିଥିଲେ। ସମସ୍ତ ଗୁରୁ ମାନେ ତାଙ୍କ ଶିଷ୍ୟ ମାନଙ୍କୁ ଆଶୀର୍ବାଦ ଦେଇ ଉତ୍ତୋରତ୍ତର ମଙ୍ଗଳ କାମନା କରିଥିଲେ। ପୁଣି ଥରେ ସେଇ ଅତୀତକୁ ଫେରିଯାଇ ଛାତ୍ର ସମୟର ଅନୁଭୂତି କୁ ମନେ ପକାଇ ନିଜ ନିଜ ଭିତରେ ହସଖୁସିରେ ମଜ୍ଜି ଯାଇଥିଲେ ସମସ୍ତେ । ଉପସ୍ଥିତ ୩୫ ଜଣ ଛାତ୍ର ଓ ତାଙ୍କ ପରିବାର ବର୍ଗ ପରସ୍ପର ମଧ୍ୟରେ ଭାବ ବିନିମୟ କରି ନିଜ ନିଜର ସୁଖ ବାଣ୍ଟି ଅନ୍ୟର ଦୁଃଖ କୁ ଲାଘବ କରି ବନ୍ଧୁ ମିଳନର ଏକ ଅପୂର୍ବ ମହନୀୟ ପରିବେଶ ସୃଷ୍ଟି କରିଥିଲେ। ଆସନ୍ତା ବର୍ଷ ପୁଣି କେମିତି ଏହି ବନ୍ଧୁମିଳନ କରାଯିବ ତାର ପୂର୍ବ ଯୋଜନା କରିଥିଲେ। ଏହି ବନ୍ଧୁ ମିଳନ କୁ ସଫଳ କରିବାରେ ,ଲିଙ୍ଗରାଜ ପାତ୍ର ,ଅଶୋକ ପଣ୍ଡା,ଗୁଣନିଧି ପ୍ରଧାନ, ରାମ ଶଙ୍କର ପ୍ରଧାନ,ରାମଚନ୍ଦ୍ର ପ୍ରଧାନ, ଭରତ ପ୍ରଧାନ,ବାହାଦୁର ବେହେରା,ଲଳିତ ବାଂକା,ସରୋଜ ଗଡତୀଆ, କମଳ ପାତ୍ର,ଭାବଗ୍ରାହୀ ଭୋଇ,ଧୃବରାଜ୍ ସ୍ୱାଇଁ,ରାଜକୁମାର ବାଙ୍କା ,ଡାକ୍ତର ପାତ୍ର ,କାଶୀଶ୍ତବର ତଥା ସମସ୍ତ ସଭ୍ୟ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଲଳିତ ବାଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।
ReplyForward |