କୁସୁମ ଙ୍କ ସୂରଭିରେ କୁସୁମିତ ଅତାବିରା
ରେଙ୍ଗାଲିକ୍ୟାମ୍ପ , ତା ୧୩/୧୧… ଅତାବିରା ବ୍ଲକ ବୁଗୁବୁଗl କ୍ଲଷ୍ଟର ଅନ୍ତର୍ଗତ ବୁଗୁବୁଗl ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ କୁସୁମ ଭୁଏ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ କନିଷ୍ଠ ବିଭାଗ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ତାଙ୍କର ଏହି କୃତି ଅର୍ଜନ ପାଇଁ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।ଏହି ସଫଳତା ପାଇଁ ସେ ତାଙ୍କର ପିତା ଦୂର୍ଗାଶଙ୍କର ଓ ମାଁ ରେଣୁକା ଙ୍କୁ ଶ୍ରେୟ ଦେବା ସହ ସମସ୍ତ ଗୁରୁ ମାନଙ୍କର ଆଶୀର୍ବାଦ ର ଫଳ ବୋଲି ପ୍ରକାଶ କରିଛନ୍ତି ।କୁସୁମ ତାଙ୍କ ପିତାଙ୍କ ଠାରୁ ଗୀତ ଶିଖନ୍ତି ।ବଡ ହେଲେ ସେ ଜଣେ କଣ୍ଠ ଶିଳ୍ପୀ ହେବେ ବୋଲି ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି। ରାଜ୍ୟ ସ୍ତରୀୟ ସୁରଭି ରେ ମଧ୍ୟ ସେ ପ୍ରଥମ ସ୍ଥାନ ରଖିବା ପାଇଁ ପୂର୍ଣ୍ଣ ପ୍ରୟାସ ଜାରି ରଖିଛନ୍ତି। ସେ ଜିଲ୍ଲା ସ୍ତରରୁ ମନୋନୀତ ହୋଇ ଆସିବା ପରେ ତାଙ୍କ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହପାଠୀ ମାନେ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇ ତାଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ। ତେବେ ରାଜ୍ୟ ସ୍ତରରେ ମଧ୍ୟ ସେ ଅଞ୍ଚଳର ସୁନାମ ରଖନ୍ତୁ ଅଞ୍ଚଳ ବାସୀଙ୍କ କାମନା ରହିଛି।