HomeKoshalTv Exclusiveଶିଶୁ ଦିବସ ରେ ଗରିବ ଛାତ୍ର ଛାତ୍ରୀ ଙ୍କୁ ଖାତାପତ୍ର ବଣ୍ଟନ କଲେ ଶିଶୁସୁଲଭା ଶିକ୍ଷୟିତ୍ରୀ……

ଶିଶୁ ଦିବସ ରେ ଗରିବ ଛାତ୍ର ଛାତ୍ରୀ ଙ୍କୁ ଖାତାପତ୍ର ବଣ୍ଟନ କଲେ ଶିଶୁସୁଲଭା ଶିକ୍ଷୟିତ୍ରୀ……

ଶିଶୁ ଦିବସ ରେ ଗରିବ ଛାତ୍ର ଛାତ୍ରୀ ଙ୍କୁ ଖାତାପତ୍ର ବଣ୍ଟନ କଲେ ଶିଶୁସୁଲଭା ଶିକ୍ଷୟିତ୍ରୀ……

ରେଙ୍ଗାଲିକ୍ୟାମ୍ପ, ତା ୧୪/୧୧…ଆଜି ପବିତ୍ର ଶିଶୁ ଦିବସ ଅବସରରେ ଅତାବିରା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟା ଦେବତା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ତଥା ଅନ୍ୟ ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ଖାତା ବଣ୍ଟନ କରି ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ର ପ୍ରୟାସ କରିଛନ୍ତି।ଶ୍ରୀମତୀ ଦେବତା ଜଣେ ଆଦର୍ଶ ଶିକ୍ଷୟିତ୍ରୀ ସାଙ୍ଗକୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଖୁବ୍ ସଚେତନ।ସେଇ କୋମଳ ମତି ଶିଶୁ ମାନଙ୍କ ଭିତରେ ଥିବା ପ୍ରତିଭାକୁ ଉନ୍ମୋଚନ କରିବା ର ପ୍ରୟାସ କରିବା ,ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା, ସେମାନଙ୍କ ସୁବିଧା ଅସୁବିଧା ବୁଝିବା ଆଦି ପ୍ରତି ବେଶ୍ ଆଗ୍ରହ ପ୍ରକାଶ କରନ୍ତି।ଏହା ବ୍ୟତୀତ ଶିଶୁମାନଙ୍କ ଚରିତ୍ର ଗଠନ ପାଇଁ ତାଙ୍କୁ ସବୁବେଳେ ଶୃଙ୍ଖଳା ରକ୍ଷା କରିବାକୁ ଉଦବୋଧନ ଦେଇଥାନ୍ତି।ଆଜି ସେ ସମାଜ ଖାତା ବଣ୍ଟନ କରି ସେଥିରେ ରହିଥିବା ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏକ ପ୍ରକାର ବାର୍ତ୍ତା ମଧ୍ୟ ସେ ବାଣ୍ଟିଛନ୍ତି ।ସେ ଜଣେ ସମାଜ ସେବୀ ହିସାବରେ ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇ ସାରିଛନ୍ତି ।ଆଜି ସ୍ଵାଧୀନ ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁ ଙ୍କ ଜନ୍ମ ଦିନ ।ଶିଶୁ ମାନଙ୍କୁ ସେ ଖୁବ୍ ଭଲ ପାଉଥିଲେ ବୋଲି ତାଙ୍କୁ ଚାଚା ନେହେରୁ ବୋଲି ପିଲାଏ ଡାକିଥlନ୍ତି ସ୍ନେହରେ । ଚାଚl ଜି କହୁଥିଲେ _ରହିବାକୁ ଚାହେଁ ମୁହିଁ ଶିଶୁଙ୍କ ଭୁବନେ
ମରିବାକୁ ଚାହେଁ ମୁହିଁ ତାଙ୍କରି ଗହନେ
ତାଙ୍କରି ଏହି ଉକ୍ତିଟିକୁ ଜୀବନର ଆଦର୍ଶ କରିନେଇଛନ୍ତି ଏହି ଶିକ୍ଷୟିତ୍ରୀ ।ପ୍ରତି ଶିଶୁ ଦିବସ ରେ ସେ ଶିଶୁମାନଙ୍କୁ ଏମିତି ପାଠପଢା ସାମଗ୍ରୀ ହେଉ ବା ଅନ୍ୟ କିଛି ଖାଇବା ଜିନିଷ ବଣ୍ଟନ କରି ବେଶ୍ ଖୁସି ହୋଇଥାନ୍ତି । କେବଳ ସେତିକି ନୁହେଁ,ବିଭିନ୍ନ ମହାପୁରୁଷଙ୍କ ଜୟନ୍ତୀ ମାନଙ୍କରେ,ଏହି ଶିକ୍ଷୟିତ୍ରୀ ଘରେ ନ ରହି ଗରିବ ଅସହାୟ ଶିଶୁ ମାନଙ୍କୁ ନିଜର ସାମର୍ଥ୍ୟ ମତେ ବାଣ୍ଟି ଚାଲିଥାନ୍ତି ପୋଷାକ ପତ୍ର ,ଶୁଖିଲା ଖାଦ୍ୟ ତ ଆଉ କେତେବେଳେ ବ୍ୟସ୍ତ ରହନ୍ତି ପରିବେଶ ପ୍ରେମୀ ହିସାବରେ ବୃକ୍ଷରୋପଣ କରି ସବୁଜିମା ବଳୟ ସୃଷ୍ଟି କରିବାରେ

LEAVE A REPLY

Please enter your comment!
Please enter your name here

Must Read

Google search engine