HomeKoshalTv Exclusiveରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୨ -୨୦୨୩ ଆର୍ୟାନ ମହାନନ୍ଦ ପ୍ରଥମ

ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୨ -୨୦୨୩ ଆର୍ୟାନ ମହାନନ୍ଦ ପ୍ରଥମ

ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୨ -୨୦୨୩ ଭୁବନେଶ୍ବର ଠାରେ ଶିଶୁଦିବସ ଉପଲକ୍ଷେ ନଭେମ୍ବର ୧୪/୧୫ ଦିନ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ଓଡ଼ିଶା ର ଲୁ୍ତପ୍ରାୟ ଲୋକ ନୃତ୍ୟ ଘୁଡୁକା ନାଚରେ ବରଗଡ ଜିଲ୍ଲା ଏଥିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ, ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଆର୍ୟାନ ମହାନନ୍ଦ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ପୁଷ୍ପଗୁଚ୍ଛ ଓ ମାନପତ୍ର ସମ୍ବର୍ଦ୍ଧିତ କରାଯାଇଛି। ବରଗଡ଼ଠାରେ ଅନୁଷ୍ଠିତ ଏକ ସଭାରେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ମିତ୍ରଭାନୁ କଛପ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମନୋଜ ସାହୁଙ୍କ ଉପସ୍ଥିତି ରେ ପୁରସ୍କୃତ କରିଥିବା ଜଣାପଡିଛି। ଏହି ସଫଳତାର ଶ୍ରେୟ ଗୁରୁ ଗୋବିନ୍ଦା ଲୁହା ଓ ଦିଗଦର୍ଶକ ପର୍ଶୁରାମ ପାତ୍ର ଙ୍କୁ ଦେଇଥିବା ବେଳେ ସୁଯୋଗ ମିଳିଲେ ଆଗକୁ ମଧ୍ୟ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଆଶା ରଖିଥିବା କହିଛନ୍ତି ଆର୍ୟନ । ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine