ତା୨୭/୧୧/୨୦୨୨, ରବିବାର ଦିନ ବିଳାସପୁର ଠାରେ ଶୁଣ୍ଢିକ ସମାଜ କଣ୍ଟାମାଳ ବ୍ଲକ ର ୨ଟି ଯୋନ୍ ସ୍ତରୀୟ ବୈଠକ(ମନମୁଣ୍ଡା ଓ ଖଜୁରୋଜ୍) ଅନୁଷ୍ଠିତ ହୋଇ ଥିଲା। ଦୁଇ ଯୋନ୍ ର ଶତାଧିକ ଜାତିଗଂଗା ସଦସ୍ଯ ମାଁ ,ଭଉଣୀ,ଭାଇ,ଛୋଟ କୁନି କୁନି ପିଲାମାନେ ମଧ୍ଯ ଉପସ୍ଥିତ ଥିଲେ। ସମାଜ ର ଜିଲ୍ଲା ଓ ବ୍ଲକ ସ୍ତରର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ । ସଭାର ପ୍ରାରମ୍ଭ ରେ ଶୁଣ୍ଢିକ ସମାଜ ର ଇଷ୍ଟଦେବୀ ଅର୍ଦ୍ଧ ନାରୀଶ୍ବର ସୂବର୍ଣ୍ଣଗ୍ରାହୀ ଙ୍କ ପୂଜା ଅର୍ଚ୍ଚନା ସମବେତ ହୋଇ କରାଯାଇ ଥିଲା, ସମାଜର କଣ୍ଟାମାଳ ବ୍ଲକ ଶୁଣ୍ଢିିକ ସମାଜ ର ସଭାପତି ଶ୍ରୀୀଯୁୁକ୍ତ କରୁଣାକର ସାହୁ ସଭାପତିତ୍ବ କରିଥିଲେ ଓ ତାଙ୍କର ବକ୍ତବ୍ଯ ରେ ସମସ୍ତ ଙ୍କୁ ସମବେତ ହେବାର ଅଭିପ୍ରାୟ ମଧ୍ଯ ଜଣାଇ ଅନୁରୋଧ କରିଥିଲେ ଯେ,କଣ୍ଟାମାଳ ହାଟପଦା ପାର୍ଶ୍ବ ଶିିବମନ୍ଦିର ସାଥୀରେ ଇଷ୍ଟଦେବୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ଯ ସମ୍ପୂର୍ଣ୍ଣ ହୋଇ ଯାଇଛି,ଏକ ଭବ୍ଯ ପ୍ରତିମା,ପାର୍ଶ୍ବ ଦେବା ଦେବୀଙ୍କ ମୂର୍ତ୍ତିର ସ୍ଥାପନା ତଥା ମନ୍ଦିରର ପ୍ରତିଷ୍ଠା କାର୍ଯ୍ଯ ଆସନ୍ତାମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ରେ କରିବାକୁ ,ଗତ ତାରିଖ ୧୭ନଭେମ୍ବର କଣ୍ଟାମାଳ ବ୍ଲକ ସ୍ତରୀୟ ବୈଠକ ରେ ନିଷ୍ପତ୍ତି ନିଆଯାଇ ଥିବା କଥା ସୂଚନା ପ୍ରଦାନ କରି, ସମସ୍ତ ଙ୍କୁ ପରିବାର ପିଛା ପାଞ୍ଚ ଶତ ଟଙ୍କାର ସହଯୋଗ ରାଶି ସହିତ, ଖୋଲା ହୃଦୟରେ ସଭିଏଁ ମନ୍ଦିର ପ୍ରତିଷ୍ଠା କାର୍ଯ୍ଯ ପାଇଁ ଅନୁଦାନ ଦେବାକୁ ଅନୁରୋଧ କରି ଥିଲେ । ମଞ୍ଚାସୀନ ସମାଜର ଜିଳ୍ଲାର ସଭାପତି ଭୋଲାଗିରି ସାହୁ ନିଜର ଅଭିଭାଷଣ ରେ ଶୁଣ୍ଢିକ ଜାତିର ଉତ୍ପତ୍ତି ଇତିହାସ , ବର୍ଗ, ଗୋତ୍ର,ବଂଶ, ଆଦି ବିଷୟରେ ବୁଝାଇ ଥିଲେ ତଥା ସମାଜର ୧୦ସୂତ୍ରି ପ୍ରଣୀତ ନିତି ନିୟମ ପାଳନ କରିବାର ସପଥ ପାଠ ମଧ୍ଯ କରାଇ ଥିଲେ । ଜିଲ୍ଲା ଓ ବ୍ଲକ ର ବରିଷ୍ଠ ଉପଦେଷ୍ଟା, ସମାଜ ସେବୀ, ପୂର୍ବ ସୈନିକ, କୋସଲ ସଂଗ୍ରାମୀ ସୁବେଦାର ଲଳିତ କୁମାର ସାହୁ ମତବ୍ୟକ୍ତ କରି ସଭିଙ୍କ କଲ୍ଯାଣ , ସ୍ବଜାତିର ଉନ୍ନତି ଲାଗି କାମ କରିବା ,ପୁରାତନ ଜାତିପ୍ରଥା ର କିଛି ପରିବର୍ତ୍ତନ ସହିତ ବିବାହ ଘର, ଶୁଦ୍ଧିକ୍ରିୟା ଆଦି ସମାଜିକ ସମବେତ ସମୟ ରେ ବନ୍ଧୁ ବର୍ଗର ଲୋକଙ୍କ ଉଚିତ ସତ୍କାର ର ଗୁରୁତ୍ବାରୋପ କରିବା ସହିତ ସମାଜ ର ନିତି ନିୟମ କୁ ପାଳନ କରିବାକୁ କହି ଥିଲେ ଓ ଝୀଅ ଟିକିଏ ଶିକ୍ଷିତ ହୋଇ ଗଲେ ପରିବାର ବର୍ଗ , ସରକାରୀ ଚାକିରିଆ ଜ୍ବାଇଁ ଡିମାଣ୍ଡ କରିବା , ଉଚ୍ଚ ଶିକ୍ଷିତ ଚାଷି,ବ୍ଯବସାୟୀ କି ଅନ୍ଯାନ୍ଯ ଶ୍ରୋତରୁ ରୋଜଗାରକ୍ଷମ ପୁଅକୁ ଝୀଅ ନ ଦେବା,ଏବେ ନିିଜ ସମାଜ ରେ ବିବାହ ଯୋଗ୍ଯ ପୁଅ ପାଇଁ ଝୀଅ ଟେ ଖୋଜି ପାଇବା ଦୁରୁହ ,କଷ୍ଟକର ବ୍ୟାପାର ହୋଇ ପଡିଛି,ଏଣୁ ଏହାର ସଂସ୍କାର ଆଣିବାକୁ କହି ଅନୁରୋଧ କରି ଥିଲେ ,ଶେଷରେ ସଭିଙ୍କୁ ବହୁ ସଂଖ୍ଯା ରେ ଉପସ୍ଥିତ ରହି ସହଯୋଗ କରିଥିବାରୁ ,ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚାସୀନ ଅତିଥିବୃନ୍ଦ ଉପସଭାପତି ଶ୍ରୀ ଆଶିଷ ସାହୁ , ଯୋନ୍ ମେମ୍ବର ମାନେ ଓ ମହିଳା ମାଁ ମାନେ ମଧ୍ଯ ଶୁଣ୍ଢିକ ସମାଜର ଉନ୍ନତି ନିମିତ୍ତ କାମ କରିବାକୁ ପ୍ରବର୍ତ୍ତାଇ ଥିଲେ।ଏହି ସଭା କାର୍ଯ୍ଯ କୁ ଉପଦେଷ୍ଟା କାର୍ତ୍ତିକେଶ୍ଵର ବେହେରା ଉତ୍ତମ ରୂପେ ସଂଚାଳନ କରିଥିଲେ । ଏହି ବୈଠକ ରେ ସଂପାଦକ ରାଧେଶ୍ୟାମ ସାହୁ, ସାହୁ,ଦୁର୍ଯ୍ୟୋଧନ ସାହୁ,ଦଶରଥ ସାହୁ, ,ମାନସୀ ସାହୁ,ଅର୍ଣ୍ଣପୂର୍ଣ୍ଣା ସାହୁ,ଜୁବଲି ସାହୁ,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ । ଶେଷରେ ସଭା ସାଂଗ କରାଯାଇ ଥିଲା ଓ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇ ଥିଲା ।