ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ଗଡ଼ିଲା –
ସୁବର୍ଣ୍ଣପୁର : ତା ୩0/୧୧/୨୨,
ଅନ୍ତର୍ଜାତୀୟ ପୌଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ନଭେମ୍ବର- ୨୦୨୨ ଅବସରରେ ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏକ ସଚେତନତା ରଥ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସମ୍ବିଳନୀ କକ୍ଷ ପରିସର ଠାରୁ ଶୁଭାରମ୍ଭ ହୋଇଛି | ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ |ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟକ ବ୍ଲକ ତଥା ସମ୍ବେଦନଶୀଳ ପଂଚାୟତ ଗୁଡିକ ଯଥା ସୋନପୁର ବ୍ଲକର ଲଛିପୁର ପଂଚାୟତ, ବୀରମହାରାଜପୁର ବ୍ଲକର ମୁରଶୁଣ୍ଢୀ, ଉଲୁଣ୍ଡା ବ୍ଲକର କୋଟସମଲେଇ, ତରଭା ବ୍ଲକ ବ୍ରାହ୍ମିଣୀ , ବିନକା ବ୍ଲକ ର ମହାଦେବପାଲି, ଡୁଙ୍ଗୁରିପାଲି ବ୍ଲକର ଶୁଖା ପଂଚାୟତ ଆଦି ଅଂଚଳରେ ସଚେତନତା ର ବାର୍ତା ଯେମିତି ” ଶିଶୁ ପନ୍ୟ ଦ୍ରବ୍ୟ ନୁହେଁ , ଏହାକୁ କିଣାବିକା କରନ୍ତୁ ନାହିଁ, ଆଇନଗତ ପଦ୍ଧତି ରେ ଗ୍ରହଣ କରନ୍ତୁ | ଶିଶୁ ପରିବାର ଚାହେଁ, ତାକୁ ପର କରନାହିଁ | ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରେଣୁବାଳା ଦାଶ , ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ, ଜ଼ିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ଵର ଖାଖା , ଶିଶୁ ମଙ୍ଗଳ କମିଟି ସଦସ୍ୟ ରଂଜିତା ସାହୁ , ଜ଼ିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲବ ଷଡ଼ଙ୍ଗୀ, ସୋନପୁର ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ଓ ବାଲ୍ୟ ବିବାହ ପରାମର୍ଶ ଦାତା ରାକେଶ ପ୍ରଧାନ| ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ସଖି, ଚାଇଲଡ ଲାଇନ . ଶିଶୁ ଯତ୍ନ ଅନୁଷ୍ଠାନ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ, ଅଧିକାରୀ ଏବଂ ଉପସ୍ଥିତ ରହି ଉତ୍ସାହିତ କରିଥିଲେ | ଜ଼ିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ଥବିର କଲସେ, କେଶବଚନ୍ଦ୍ର ମେହେର, ସ୍ୱାଗତରାଜ ମିଶ୍ର, ବିଶ୍ୱେଶ୍ୱର ହୋତା, ରୁଦ୍ରପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁର ସରିତା ସୁନା, ସିଦ୍ଧାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ |
