HomeKoshalTv Exclusiveରେମଣ୍ଡା ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ରେମଣ୍ଡା ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଭେଡେନ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଓ ଭେଡେନ ବ୍ଲକ ବିଜ୍ଞାନ ସଂଯୋଜ ତଥା ବିଚାରକ ଭାବେ ସଂଜୀବ କୁମାର ପ୍ରଧାନ ଯୋଗ ଦେଇଥିଲେ। ଏହି ବିଜ୍ଞାନ ମେଳା ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଆୟୋଜନ କରିଥିଲେ। ଏଥିରେ ୧୭ ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବରିଷ୍ଠ ବିଭାଗ ରେ ପ୍ରଥମ ରୁଚିସ୍ମିତା ନାୟକ ( ଲେଜର ଆଲାର୍ମ) ଦ୍ଵିତୀୟ ଆର୍ଯନ ମେହେର (ରାସ୍ତା ନିର୍ମାଣ ରେ ପ୍ଲାଷ୍ଟିକ ର ବ୍ଯବହାର) ତୃତୀୟ ମୋହିତ ନାଗ (ହଲୋ ଗ୍ରାମ)। କନିଷ୍ଠ ବିଭାଗ ରେ ପ୍ରଥମ ଶୁଭଶ୍ରୀ ଦୁଆନ (ହାତ ତିଆରି ସେନିଟାଇଜର) ଦ୍ଵିତୀୟ ଅଶୋକ କର୍ମୀ (ସ୍ୱାସ୍ଥ୍ୟ ଓ ସ୍ଵଚ୍ଛତା) ତୃତୀୟ ଜଗଦାନନ୍ଦ ମଲ୍ଲିକ (ବର୍ଷା ଜଳ ସଂରକ୍ଷଣ)। ଏହି ସମୟରେ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Must Read

Google search engine