ବିଶ୍ଵ ତପାୟନ ଓ ପରିବେଶ ନେଇ ସାରା ବିଶ୍ଵ ର ବୁଦ୍ଧିଜୀବୀ ବୈଜ୍ଞାନିକ ଚିନ୍ତା ରେ ଥିବା ବେଳେ ସାଧାରଣ ଜନତାଙ୍କ ମଧ୍ୟ ସକ୍ରୀୟ ଭୂମିକା ରହିଛି। ସାଧାରଣ ଜନତା ସଚେତନ ହୋଇ ପରିବେଶ ଚିନ୍ତନ ସହ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କଲେ ତାପମାତ୍ରା ରେ ସନ୍ତୁଳନ ହେବା ସହ ପ୍ରଦୂଷଣ ନିୟନ୍ତ୍ରଣ ରହିବ। ଏହି ସନ୍ଦର୍ଭରେ ତା ୨୬.୦୮.୨୦୨୨ ଶୁକ୍ରବାର ଦିନ ଅପରାହ୍ନ ୧୨.୩୦ରେ ପଞ୍ଚାୟତ ମହାବିଦ୍ୟାଳୟ ତାଳପଦର ଠାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା Iସଭାରେ ବିଶ୍ଵ ପରିତାପନ (Global Warming) ଓ ବୃକ୍ଷରୋପଣ ର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା Iପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ପରିବେଶବିତ ଶ୍ରୀମାନ ମୀନକେତନ ସାହୁ ଉକ୍ତ ସଭାରେ ଯୋଗଦେଇ ପରିବେଶ ଓ ଜୀବ ଜଗତ ର ସନ୍ତୁଳନ ରକ୍ଷା ନିମନ୍ତେ ବୃକ୍ଷରୋପଣ ର ଉପଯୋଗୀତା ଉପରେ ବିସ୍ତ୍ରୁତ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ମିଶ୍ର ତାଙ୍କ ଉଦବୋଧରେ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ରେ ନିଜ ଜନ୍ମଦିନ ରେ ବୃକ୍ଷଟିଏ ରୋପଣ କରି ଜନ୍ମଦିନ ପାଳନ ପାଇଁ ଆହ୍ଵାନ କରିଥିଲେ I ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଧନପତି ଦେବତା ,ସୁକୁମାର ଭୋଇ ,ଅକ୍ଷୟ ପଧାନ ଓ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ I
ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଉମାକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଂସ୍କୃତ ଅଧ୍ୟାପକ ଉପେନ୍ଦ୍ର ସାହୁ I
ପରିଶେଷରେ ଛାତ୍ରାଛତ୍ରୀ ମାନଙ୍କୁ ନିଜ ବାଡିରେ ଲଗାଇବା ପାଇଁ ଦୁଇଟି (୨) ଟି ବୃକ୍ଷ (ଅଁଳା ଓ କୁଲାରି) ପ୍ରଦାନ କରି ଉତ୍ସାହିତ କରଯାଇଥିଲା ବ୍ୟୁରୋ ରିପୋର୍ଟ କୋଶଳ ଟିଭି
