ହିର୍ଲ୍ଲି ପାଲି ଉଚ୍ଚ,ଦୁଇ ମଧ୍ୟ ଇଂରାଜୀ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ୩୪ ତମ ବାର୍ଷିକ ଉତ୍ସବ
ରେଙ୍ଗାଲିକ୍ୟାମ୍ପ , …ଆଜି ହୀର୍ଲ୍ଲି ପାଲି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓକିଲ ପ୍ରଧାନ ଙ୍କ ସଭାପତିତ୍ବରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ସ୍ଥାନୀୟ ସରପଞ୍ଚ କବିତା ସାହୁ ମୂଖ୍ଯ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ସାହୁ,ପରିଚାଳନା କମିଟିର ସଭାପତି ପ୍ରଭାକର ମେହେର,ମଧ୍ୟ ଇଂରାଜୀ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁବାସ ପାଣିଗ୍ରାହୀ,ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟର ଲିଙ୍ଗରାଜ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଶିକ୍ଷକ ବଳରାମ ସାହୁ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ । ଏହାର ପୁର୍ବ ଦିନ ହୋଇଥିବା ବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଗ୍ରାମର ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ସ୍କୁଲ୍ ପହଞ୍ଚିଥିଲା ।

ଉପରୋକ୍ତ ତିନି ବିଦ୍ୟାଳୟ ର ୩୦୦ ଜଣ ଛାତ୍ର ଛାତ୍ରୀ ୬୦ ଟି ବିଭାଗରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତି ବିଭାଗରୁ ପ୍ରଥା ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୧୮୦ ଜଣଙ୍କୁ ଆଜି ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତିନି ଜଣଙ୍କୁ ଲକ୍ଷ୍ମୀ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା ।। କରିବା ଯୋଗୁ ବାର୍ଷିକ ଉତ୍ସବ ଦୁଇ ବ୍ରଶ ଧରି ବନ୍ଦ ରହିଥିଲା ।ତେଣୁ ତିନି ବର୍ଷ ପାଇଁ ତିନି ଜଣଙ୍କୁ ଏହି ସମ୍ମାନ ଦିଆଯାଇଥିଲା ।

୨୦୨୦ ପାଇଁ ଅଙ୍କିତା ସାହୁ,୨୦୨୧ ପାଇଁ ଅଲିଭ ପ୍ରଧାନ ଓ ୨୦୨୨ ପାଇଁ ଶାନ୍ତିଲତା ମେହେର ଏହି ସମ୍ମାନ ପାଇଥିଲେ ।ଠିକ୍ ସେହିପରି ଜନତା ମେଧା ସମ୍ମାନ ଶାନ୍ତିଲତା ମେହେର ଙ୍କୁ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ରବୀନ୍ଦ୍ର ପଣ୍ଡା ,ନିରଞ୍ଜନ ଭୋଇ ,ଦୀପକ ପ୍ରଧାନ,ଜି ଏଲ ଏନ୍ ଛୁରିଆ ,ଅନନ୍ୟା ପ୍ରଧାନ ,ବିରେନ୍ଦ୍ର ପାଣିଗ୍ରାହୀ,ରିତୁ ସାହୁ ,ରେଣୁକା ପ୍ରଧାନ, ସ୍କୁଲ୍ କର୍ମଚାରୀ ମୀନକେତନ ପଶାୟତ ,ଅଚ୍ୟୁତ ନାଥ ଓ ସନ୍ତୋଷ ପଟେଲ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।


କ୍ରୀଡା ଶିକ୍ଷକ ପ୍ରତାପ ଗଡତିଆ ଓ ଶୁଭ୍ରାଂଶୁ ସାହୁ ବାର୍ଷିକ କ୍ରୀଡା ପରିଚାଳନା କରିଥିଲେ ।ଶିକ୍ଷକ କୌଶିକ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ । ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି