ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଅନୁଧ୍ୟାନ କଲେ ରାଜ୍ୟ ସ୍ବାସ୍ଥ୍ୟ ଅନୁଧ୍ୟାନ କାରୀ ଦଳ
ରେଙ୍ଗାଲିକ୍ୟାମ୍ପ, ତା,୧୯/୧ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅନୁଧ୍ୟାନ କାରୀ ଦଳ ପହଞ୍ଚିଥିଲେ ଆଜି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ । ସ୍ବାସ୍ଥ୍ୟ କେନ୍ଦ୍ର ର ଭିତ୍ତି ଭୂମି ଉପରେ ଅନୁଧ୍ୟାନ କରିବା ପାଇଁ ଏହି ଦଳରେ କାୟାକଳ୍ପ ବିଭାଗର ଦିଲ୍ଲୀପ କୁମାର ବିଶ୍ବାଳ, ସି ସି ପିଏମ୍ ହୃଷୀକେଶ ସାହୁ ଓ ଯେ ଏଚ ପିଇ ଜି ଓ ସି ପି ଓ ଡଃ ବିଜୟ କୁମାର ରହିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଡଃ ରବିନାରାୟଣ ମିଶ୍ର ସ୍ବାସ୍ଥ୍ୟ କେନ୍ଦ୍ର ର ସ୍ବାସ୍ଥ୍ୟ ସେବା ପରିଚାଳନା ,ପରିମଳ ବ୍ୟବସ୍ଥା ,କର୍ମଚାରୀ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନା ,ବହିର୍ବିଭାଗ, ଅନ୍ତର୍ବିଭାଗ,ରୋଗ ନିରୂପଣ ,ଔଷଧ ବ୍ୟବସ୍ଥା ,ଶିଶୁ ଓ ଗର୍ଭl ଶୟ,ମହିଳାଙ୍କ ସ୍ବାସ୍ଥ୍ୟ,ରୋଗୀ ପରୀକ୍ଷା ବ୍ୟବସ୍ଥା ଆଦି ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବା ସହିତ ସମସ୍ତ ବ୍ୟବସ୍ଥା କୁ ବୁଲି ଦେଖାଇଥିଲେ ।ଏହି ସବୁ ଉପରେ ଅନୁଧ୍ୟାନ କାରୀ ଦଳ ଅନୁଧ୍ୟାନ କରିବା ସହିତ ଏହା ଉପରେ ବିଭିନ୍ନ ପ୍ରଶ୍ନ କରିଥିଲେ ।ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତି ଅଧିକ ଧ୍ୟାନ ଦେବା ସହ କୌଣସି ରୋଗୀ ଯେପରି ଫେରି ନ ଯାଆନ୍ତି କି ସେମାନଙ୍କର ଯେମିତି କିଛି ଅସୁବିଧା ନ ହୁଏ ,ସେଥିପ୍ରତି ଯଥେଷ୍ଟ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆସିଥିବା ରାଜ୍ୟ ସ୍ବାସ୍ଥ୍ୟ ଅନୁଧ୍ୟାନ କାରୀ ଙ୍କ ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଦୀପାଞ୍ଜଳୀ୍ ପ୍ରଧାନ,ହେମାସାଗର ସାହୁ,ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ହିରାଲାଲ ମେହେର,ବି ପି ଏମ୍ ସୁଧାଂଶୁ ପ୍ରଧାନ ,ହିସାବ ରକ୍ଷକ ରାଜେନ୍ଦ୍ର ମେହେର,ତଥା ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି