ପାର୍ବତୀ ଗିରୀ ସେବା ସମ୍ମାନ ରେ ସମ୍ମାନିତ ହେଲା ସଂକଲ୍ପ ପରିବାର
ମହାନ ସ୍ୱାଧୀନତା ସଂଗ୍ରାମୀ ,ବିଶିଷ୍ଟ ସମାଜ ସେବୀ ପାର୍ବତୀ ଗିରୀ (୧୯ ଜାନୁଆରୀ ୧୯୨୬- ୧୯୯୫)ଙ୍କ ୯୭ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ଜନ୍ମ ମାଟି ସମଳେଇପଦର ଗ୍ରାମରେ ପାର୍ବତୀ ଗିରୀ ଙ୍କ ନାମରେ ଗଢିଉଠିଥିବା ପାର୍ବତୀ ଗିରୀ ବୃଦ୍ଧାଶ୍ରମରେ ଆଜି ସାମାଜିକ ଅନୁଷ୍ଠାନ “ସଂକଲ୍ପ ପରିବାର” କୁ ଚଳିତ ବର୍ଷ ର “ପାର୍ବତୀ ଗିରୀ ସେବା ସମ୍ମାନ” ରେ ମାନ୍ୟବର “ମନ୍ତ୍ରୀ ରୀତା” ସାହୁଙ୍କ ହାତରୁ ସମ୍ମାନିତ କରାଯାଇଥିଲା ।


ଠିକ ସେହିପରି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଏଚିଭର ଫାଉଣ୍ଡେସନ ତରଫରୁ ପାଳନ କରାଯାଉଥିବା ୯୭ ତମ ଜନ୍ମ ଜୟନ୍ତୀ ସମାରୋହ ରେ ସଂକଲ୍ପ ପରିବାର କୁ “ସେବା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।ସଂକଲ୍ପ ପରିବାର ପ୍ରତି ଆପଣ ମାନଙ୍କ ଭଲପାଇବା ଆମର କର୍ତବ୍ୟ କୁ ଆହୁରି ବଢାଇଦେଇଛି । ବଡ ମାଁ ପାର୍ବତୀ ଗିରୀଙ୍କ ସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଆହୁରି ଉତ୍ସାହର ସହିତ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବ ସଂକଲ୍ପ ପରିବାର ଏହା ଆମର ଆଶା ଓ ବିଶ୍ୱାସ ।


ଆଜି ତାଙ୍କର ୯୭ ତମ ଜନ୍ମ ଜୟନ୍ତୀ ଅବସରରେ ସାମାଜିକ ଅନୁଷ୍ଠାନ “ସଂକଲ୍ପ ପରିବାର” ତରଫରୁ ଭାବପୁର୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ଛାତ୍ର ଛାତ୍ରୀଙ୍କ ପାଠ୍ୟ ପୁସ୍ତକରେ “ପାର୍ବତୀ ଗିରୀଙ୍କ” ଜୀବନୀ କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଙ୍କ ଠାରେ ସଂକଲ୍ପ ପରିବାର ର ଅନୁରୋଧ କରିଥିଲେ। ବ୍ୟୁରୋ ରିପୋର୍ଟ କୋଶଳ ଟିଭି
