HomeKoshalTv Exclusiveସୋହେଲା ମୋଟର ଚାଳକ ସଙ୍ଘର କର୍ମକର୍ତ୍ତା ଚୟନ

ସୋହେଲା ମୋଟର ଚାଳକ ସଙ୍ଘର କର୍ମକର୍ତ୍ତା ଚୟନ

ଆଦ୍ୟ ତା -21.01.2023 ଶନିବାର ଦିନ ସୋହେଲା ମୋଟର ଚାଳକ ସଙ୍ଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଓଡିଶା ମୋଟର ଚାଳକ ସଙ୍ଘ ବରଗଡ ଜିଲ୍ଲା କମିଟି ର ସୋହେଲା ଶାଖା ରେ ଜିଲ୍ଲା କମିଟି ର ଅନୁମତି କ୍ରମେ ସଙ୍ଘ ସଭାପତି ସୁବାଷ ସାହୁ , ଉପ ସଭାପତି ବୁଲୁ ପରୁଆ, ସମ୍ପାଦକ ଗିରିଜା ଶଙ୍କର ଖୁଟୁଳା ,କୋଷାଧ୍ୟକ୍ଷ ଚନ୍ଦ୍ରଧ୍ବଜ ନାୟକ , ଯୁବ ନେତା ଶ୍ରୀଯୁକ୍ତ ମନ ମାଝି ଓ ଶାଖା କମିଟି ର ସମସ୍ତ ସଦସ୍ୟ ମାନଙ୍କ ଉପସ୍ଥିତି କ୍ରମେ ଥାନା ଅଧିକାରୀ, ତହସିଲଦାର, BDO ଙ୍କୁ ଓଡିଶା ମୋଟର ଚାଳକ ସଙ୍ଘ ର ନବ ନିର୍ବାଚିତ ସଦସ୍ୟ ମାନଙ୍କ ସୂଚୀ ପତ୍ର ଦିଆଯାଇଥିଲା ।

ଏ ଅବସରରେ ସ୍ଥାନୀୟ ଡାକ ବଙ୍ଗଳା ନିକଟରେ ସଙ୍ଘ କାର୍ଯ୍ୟାଳୟ କୁ ଉଦ୍ଘାଟନ କରାଯାଇଛି । ସଙ୍ଘ ମୋଟର ଚାଳକ ମାନଙ୍କ ବିଭିନ୍ନ ସୁବିଧା ସୁଯୋଗ ତଥା ଚାଳକ ମାନଙ୍କ ହିତ ପାଇଁ ଦୀର୍ଘ ଦିନ ଧରି ଲଢେଇ କରି ଆସୁଥିବା ବେଳେ ବିଭିନ୍ନ ସମସ୍ୟା ସମାଧାନ କରି ଆସୁଅଛି। ଏ ଅବସରରେ ଡାକ ବଙ୍ଗଳା ନିକଟରେ ନୂତନ ଭାବେ ଟେକ୍ସି ଷ୍ଟାଣ୍ଡ କୁ ବସ୍ତି ରୁ ସ୍ଥାନାନ୍ତରିତ କରି ସାଧାରଣ ଲୋକ ଙ୍କ ସୁବିଧା ପାଇଁ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ନେଇ ଥିବାରୁ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି । ବ୍ୟୁରୋ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine