୧୦ ମାଇଲ :ନଅଗା ,୨୩/୧/୨୩ ଦିନ ସ୍ବାଧୀନତା ର ମହାନ୍ ମୁକ୍ତିକାମୀ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇ ଯାଇଛି । ଏ ଅବସରରେ ପ୍ରଥମରୁ ମା ସମଲେଶ୍ଵରୀଙ୍କ ଫଟୋଚିତ୍ର ଆଉ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରା ଯାଇ ସଭାକାର୍ଯ୍ୟ ଆରମ୍ଭ କରା ଯାଇଥିଲା । ୧୦ ମାଇଲ ବିକାଶ ପରିଷଦ ଓ ଭଗବାନ ସାହୁ ସ୍ମୃତି କମିଟି ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଆଜିକାର ସଭାରେ ବିକାଶ ପରିଷଦ ର ସମ୍ପାଦକ ଶ୍ରୀ ସୁବ୍ରତ ସିଂ ବୀର ସୁରେନ୍ଦ୍ର ସାଏଙ୍କ ଗାଥା କୁ ନେଇ ତାଙ୍କର ଅବଦାନ କଥା କୁ ନିଜର ବକ୍ତବ୍ୟ ଜରିଆରେ ଉପସ୍ଥାପନ କରିଥିଲେ । ସମ୍ପାଦକ ରବିଶଙ୍କର ପଧାନ ସୁରେନ୍ଦ୍ର ସାଏ ଙ୍କ ଐତିହାସିକ ବିଶ୍ଳେଷଣ ଜରିଆରେ ସୁରେନ୍ଦ୍ର ସାଏଙ୍କ ଅବଦାନ ଉପରେ ଆଲୋକ ପାତ କରିଥିଲେ । ଅଧ୍ୟାପକ ଶେଷାନ୍ ବିଶି ସୁରେନ୍ଦ୍ର ସାଏଙ୍କ ଉପରେ କିମ୍ବଦନ୍ତୀ ପୁରୁଷ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଅବଦାନ ର ସୁନ୍ଦର ବିଶ୍ଲେଷଣ କରିଥିଲେ , ବରିଷ୍ଠ ଆଇନଜୀବୀ ଦ୍ୟୁତିଶ୍ ଆଚାର୍ଯ୍ୟ ୧୦ ମାଇଲ ରେ ୧୦ ଟି ବୀରପୁତ୍ର ଆଉ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ଆଗାମୀ ଦିନରେ ବସିବି ପାଇଁ ସୁଚନା ଦେବା ସହ ସୁରେନ୍ଦ୍ର ସାଏ ଙ୍କ ଠାରୁ ଵିଗୁଲ ବାଜିବା ଆରମ୍ଭ କଲା ବୋଲି ସୁଚନା ଦେଇଥିଲେ ।


ମୁଖ୍ୟଅତିଥି ଡଃ ତପସ୍ଵିନୀ ଗୁରୁ ସୁରେନ୍ଦ୍ର ସାଏ ଙ୍କ ବୀରଗାଥା ଆଉ ସ୍ବାଧୀନତା ସଂଗ୍ରାମ ର ମହାରଥୀ ଭାବେ ସୁରେନ୍ଦ୍ର ସାଏ ଙ୍କୁ ଚିତ୍ରଣ କରି ବକ୍ତବ୍ୟ ରଖିଥିଲେ । ରିଲ୍ ର ହିରୋ ଅପେକ୍ଷା ରିଏଲ୍ ର ହିରୋ ସୁରେନ୍ଦ୍ର ବୀର୍ ଭୁବନ ଭୋଇ ଙ୍କ ନାଟକୀୟ ସଂଳାପ ପରିବେଷଣ ଅତ୍ୟନ୍ତ ଉଚ୍ଚ କୋଟୀର ଥିଲା । ପୂଜ୍ୟପୂଜା କ୍ରମରେ ସଂଗୀତଜ୍ଞ ଦଧିବାହନ ଶତପଥୀ, ସଂଗୀତଜ୍ଞ କୃଷ୍ଣଚନ୍ଦ୍ର ପ୍ରଧାନ, ସାହିତ୍ୟିକ ବୈଷ୍ଣବ ଭୋଇ, ଏବଂ ଥାନାଧିକାରୀ ହରିବନ୍ଧୁ ଗଡତିଆ ଙ୍କୁ ସମ୍ମାନିତ କରା ଯାଈଥିଲା । ବିପ୍ଳବୀକବି ନୀତିଶ୍ ଚନ୍ଦ୍ର ଆଚାର୍ଯ୍ୟ ଏବଂ ରଞ୍ଜନ କୁମାର ପଣ୍ଡା ଙ୍କ ମିଳିତ ଉପସ୍ଥାପନା ରେ ଆଜିକାର ସଭା ସନ୍ଚାଳିତ ହୋଇଥିଲା । ରଞ୍ଜନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ନକୁଲ ବାରିକ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ବ୍ରଜଶ୍ବରୀ ନୃତ୍ୟକଲା ପରିଷଦର ଶବ୍ଦନୃତ୍ୟ ଉପସ୍ଥିତ ଜନତାଙ୍କ ମନ ମୋହି ବାରେ ସଫଳ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଟିକୁ ଭୋଇ, ଚଉବର୍ଗ ପ୍ରଧାନ, ଅବନୀ ସାହୁ, ବିକାଶ ଚନ୍ଦ୍ର ସାହୁ, ଗୌରଚରଣ ପ୍ରଧାନ , ଥବୀର ମୋହେର୍, ଆଖଣ୍ଡଳ ସାହୁ ଇତ୍ୟାଦି ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ କୋଶଳ ଟିଭି
