ଡନ୍ ବସ୍କୋ ବିଦ୍ୟାଳୟରେ ଉତ୍ସବ” ସିମ୍ଫୋନି” ସମ୍ପନ୍ନ
ରେଙ୍ଗାଲିକ୍ୟାମ୍ପ, ତା ୨୫/୧. ଅତାବିରା ଏନ୍ ଏ ସ୍ଥିତ ଡନ୍ ବସ୍କୋ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରେ ବିଦ୍ୟାଳୟ ର ଅଧ୍ୟକ୍ଷା ମନିଷା ସିଂ ଙ୍କ ଅଧ୍ୟକ୍ଷତା ତଥା ନିର୍ଦ୍ଦେଶକ ସୁନିଲ କୁମାର ସିଂ ଙ୍କ ସଂଯୋଜନା ରେ ରେ ଉତ୍ସବ “ସିମ୍ପୋନି ” ସରସ୍ଵତୀ କଲ୍ୟାଣ ମଣ୍ଡପ ଠାରେ ସମ୍ପନ୍ନ ହୋଇଯାଇଛି ।ଏହି ଉତ୍ସବରେ ଭିମସାର ବୁର୍ଲା ର ଔଷଧ ବିଶେଷଜ୍ଞ ଡଃ ଶଙ୍କର ରାମ ଚନ୍ଦାନି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବାଙ୍ଗାଲୋର ର ଇନ୍ଫୋସିସ ଇଞ୍ଜିନିୟର ରାଜେଶ ପୁଝାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।


ଶିକ୍ଷୟିତ୍ରୀ ଅମ୍ବିକା ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଉତ୍ତମ ସାହୁ ମଞ୍ଚ ପରିଚାଳନା କରିଥିଲେ। ନିମନ୍ତ୍ରିତ ଅତିଥି ମାନେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଛାତ୍ର ଛାତ୍ରୀ ମାନେ ସମବେତ ସଙ୍ଗୀତ ମାଧ୍ୟମରେ ଅତିଥି ମାନଙ୍କୁ “ସିମ୍ଫୋନି” ଉତ୍ସବ ର ସ୍ଵାଗତ ଜଣାଇଥିଲେ ।ଅଧ୍ୟକ୍ଷା ଶ୍ରୀମତୀ ସିଂ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନ ଦିଗରେ ଆଜିକାଲି ର ଡିଜିଟାଲ ମାଧ୍ୟମ ର ଉଭୟ ହିତକାରୀ ଓ ଅହିତକାରୀ ଦିଗ ଉପରେ ଆଲୋକପାତ କରିବା ସହ ଅତିଥିମାନେ ସେମାନଙ୍କୁ ଏକ ଶୃଙ୍ଖଳା ମୟ ଜୀବନ ଯାପନ ପ୍ରଣାଳୀ ଉପରେ ଅଧ୍କ ଧ୍ୟାନ ଦେବାପାଇଁ ମାର୍ଗଦର୍ଶନ କରିଥିଲେ ।ବିଦ୍ୟାଳୟ ରେ ପୂର୍ବରୁ ଅନୁଷ୍ଠିତ ହୋଇଥିବl ବାର୍ଷିକ କ୍ରୀଡା ରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୭୮ ଜଣ ଛାତ୍ର ଛାତ୍ରୀ ଙ୍କୁ ଏହି ଅବସରରେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ।ଶିକ୍ଷୟିତ୍ରୀ ଅନିତା ଖମାରୀ, ନିବେଦିତା ପ୍ରଧାନ, ଦିବ୍ୟା ବାଗ, ଓ ଲିପିକା ପ୍ରଧାନ ସହଯୋଗ କରିଥିଲେ।ଶିକ୍ଷକ ଅତୁଲ ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ । ସନ୍ଧ୍ୟାରେ ନୃତ୍ୟ ଗୁରୁ ରଞ୍ଜନ ହରିପାଲ ଙ୍କ ନିର୍ଦ୍ଦେଶନା କ୍ରମେ କୁନି କୁନି ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି