ଆଜି ବରଗଡ଼ SDJM କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ବରଗଡ଼ ସବଜେଲକୁ ଗଲେ ଖେଦାପାଲି ଗ୍ରାମର 12 ଜଣ ଅଭିଯୁକ୍ତ l ସୂଚନା ଅନୁଯାୟୀ ବରଗଡ଼ ର BPCL କମ୍ପାନୀକୁ ଯାଇ ଖେଦାପାଲି ଗ୍ରାମର କିଛି ଯୁବକ ଦାଦାଗିରି କରି ସରସ୍ବତୀ ପୂଜାର ଚାନ୍ଦା ମାଗିଥିଲେ ଏବଂ ସେଠାକାର ଠିକାଦାର ମାନେ ଚାନ୍ଦା ନଦେବାରୁ ମରଣାନ୍ତକ ଆକ୍ରମଣ କରିଥିଲେ l ତେବେ BPCL କମ୍ପାନୀରେ ଲାଗିଥିବା ସିସି ଟିଭିରେ ଆକ୍ରମଣର ସମସ୍ତ ଭିଡ଼ିଓ କଏଦ ହୋଇଥିବା ବେଳେ ଭିଡ଼ିଓ ଫୁଟେଜକୁ ଆଧାରକରି ଗତକାଲି ଖେଦାପାଲି ଗ୍ରାମର 12 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା l ଆଜି ସେମାନଙ୍କୁ ଦଫା 147,148,341,342,323,324,50, 385,307 ଓ ଦଫା 149 ରେ ବରଗଡ଼ SDJM କୋର୍ଟକୁ ଚାଲାଣ କରାଯାଇଥିଲା ମାତ୍ର କୋର୍ଟରେ ଅଭିଯୁକ୍ତ ମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବରଗଡ଼ ଉପ କାରାଗାରକୁ ପଠାଯାଇଛି l ତେବେ ବିଚାରାଧୀନ କଏଦୀ ଭାବେ ଜେଲ ଯାଇଥିବା ଖେଦାପାଲି ଗ୍ରାମର 12 ଜଣ ଅଭିଯୁକ୍ତ ମାନେ ହେଲେ
ରମେଶ ପଧାନ, ଗୌର ପ୍ରଧାନ, ପ୍ରଦୀପ ପ୍ରଧାନ, ସୁଶୀଲ ପଧାନ, ଧନୀ ପଧାନ, ରାଘବ ପଧାନ, ଜୀତେଶ ପଧାନ, ମାନସ ପଧାନ, ସୁରେନ୍ଦ୍ର ପଧାନ, ଶଙ୍କର ପଧାନ, ରିଙ୍କୁ ପଧାନ ଓ ରାଜକୁମାର ପଧାନ l