HomeKoshalTv Exclusiveବୌଦ୍ଧ ଜିଲ୍ଲାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳିତ

ବୌଦ୍ଧ ଜିଲ୍ଲାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳିତ

ବୌଦ୍ଧ ଜିଲ୍ଲାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳିତ
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ତ୍ରୟୋଦଶ ଜାତୀୟ ମତଦାତା ଦିବସ ସ୍ଥାନିୟ ଟାଉନହଲ ଠାରେ ପାଳନ କରାଯାଇଅଛି । ଏଥିପୂର୍ବରୁ ଉପରୋକ୍ତ କାଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ବିଶାଳ ମାନବ ଶୃଙ୍ଖଳର ପରିକଲ୍ପନା କରଯାଇଥିଲା I ମାନବ ଶୃଙ୍ଖଳ କାଯ୍ୟକ୍ରମ ଟି ତା :୨୫.୦୧.୨୦୨୩ ରିଖ ସକାଳ ୮.୩୦ ଘଟିକା ସମୟରେ ହାତୀଶାଳ ଛକଠାରୁ ବାହାରି ବୌଦ୍ଧ ଷ୍ଟାଡିୟମ, ପୋଷ୍ଟଅଫିସ ଛକ, ଗାନ୍ଧୀଛକ ଓ ଗୋପବନ୍ଧୁଛକ ପଯ୍ୟନ୍ତ ପ୍ରାୟ ୨ କିଲୋମିଟର ଚାଲିଥିଲା I ଏହାର ମୂଳଲକ୍ଷ୍ୟ ହେଉଛି ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଭୋଟର ମାନଙ୍କୁ ସଚେତନ କରିବା ଓ ଆଗାମୀ ନିର୍ବାଚନରେ ଭବିଶ୍ୟତ ନାଗରିକ ତଥା ଭୋଟର ମାନଙ୍କୁ ଭୋଟ ଦାନରେ ସକ୍ରିୟ ଅଂଶ ଗ୍ରହଣ କରିବା ନିମନ୍ତେ ଉଚ୍ଛାହିତ କରିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କଲେଜର ଛାତ୍ର ଛାତ୍ରୀ , ଅଙ୍ଗନୱାର୍ଡ କର୍ମୀ , ଜିଲ୍ଲାର ସମସ୍ତ NGO ର କର୍ମକତ୍ତା , ଓକିଲ ଓ ବୁଦ୍ଧିଜୀବି ବାରିଷ୍ଟ ନାଗରିକ ମାନେ ମିଶି ପ୍ରାୟ ୫୦୦୦ ସଂଖ୍ୟାରେ ଯୋଗ ଦେଇଥିଲେ ପରବର୍ତ୍ତୀ ସମୟରେ ଟାଉନହଲ ଠାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ଶ୍ରୀମତୀ ବବିତା ରାଣୀ ଦଳବେହେରା ଅତିରିକ୍ତ ଜିଲ୍ଲାପାଳ , ବୌଦ୍ଧ ଅଧ୍ୟକ୍ଷତାରେ ପାଳନ କରାଯାଇଅଛି । ଏହି ସଭାରେ ଜିଲ୍ଲାର ଶ୍ରୀ ଅଶ୍ଵନୀ କୁମାର ମେହେର , ମୁଖ୍ୟଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ବୌଦ୍ଧ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କହର ଓ ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀଯୁକ୍ତ ସତ୍ୟଜିତ ମହାପାତ୍ର ଉପସ୍ଥିତ ଥିଲେ ।


ସଭାରେ ପ୍ରଥମେ ଅତିଥି ଆମନ୍ତ୍ରଣ କରାଗଲା, ତା ପରେ ଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ବ୍ୟାଚ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଗଲା । ସମସ୍ତ ଅତିଥିଙ୍କ ଉପସ୍ଥିତି ରେ ଡେପୁଟି କଲେକ୍ଟର ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ସମନ୍ଧରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ I ମତଦାତା ଦିବସ ଅବସର ରେ ଜିଲ୍ଲା ନିର୍ବାଚନ ଅଧିକାରୀ ନୂତନ ମତଦାତା ,ବୁଥ ସ୍ଥରୀୟ ଅଧିକାରି ଓ ସମସ୍ତ ଉପସ୍ଥିତ ଅତିଥି ମାନଙ୍କୁ ଶପଥ ପାଠ କରାଇଥିଲେ । ତାପରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା କରାଯାଇଥିବା କୂଇଜ, ଓଡିଆ ରଚନା, ବକୃତା , ରୋଙ୍ଗଲି ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତକାର୍ଯ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଗଲା ଏବଂ ନୂତନ ମତଦାତା ମାନଙ୍କୁ ନୂତନ ଭୋଟରକାର୍ଡ ପ୍ରଦାନ କରାଗଲା

LEAVE A REPLY

Please enter your comment!
Please enter your name here

Must Read

Google search engine