ଲରମ୍ଭା କଲେଜରେ ବାର୍ଷିକ ଉତ୍ସବ ପାଳିତ

: ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା କଲେଜ ଲରମ୍ଭା ରେ ୫୬ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଏହି ଅବସରରେ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଂକ ସଭାପତିତ୍ବ ରେ ମୁଖ୍ୟ ଅତିଥି ଶ୍ରୀ ମତୀ ସ୍ନେହାଙ୍ଗିନୀ ଛୁରୀଆ , ମାନ୍ୟବର ବିଧାୟିକା ଅତାବିରା ନିର୍ବାଚନ ମଣ୍ତଳୀ , ମୁଖ୍ୟବକ୍ତା ଡଃ କାମଦେବ ସାହୁ ଅବସର ପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ, ଜିଏମୟୁ , କଲେଜ ପରିଚାଳନା କମିଟିର ସଭାପତି ଶ୍ରୀ ରବି ନାରାୟଣ ପଣ୍ଡା , ଉପାଧ୍ୟକ୍ଷ ଡଃ ଅମୃତା ସାମନ୍ତ, , ଛାତ୍ର ସଂସଦର ଉପସଭାପତି ଡଃ ଦିଗମ୍ବର ଚାନ୍ଦ, ସହକାରୀ ଉପଦେଷ୍ଟା ପ୍ରଫେସର ଅଶୋକ କୁମାର ମହାନ୍ତି ମଂଚାସୀନ ଥିଲେ ।


ବକ୍ତା ମାନେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷିତ ଅପେକ୍ଷା ସଂସ୍କାରୀ ହେବାପାଇଁ ନିଜନିଜର ଅଭିମତ ରଖିଥିଲେ । ଵାର୍ଷିକ ଉତ୍ସଵର ବ୍ରଜମୋହନ ସାହିତ୍ୟ ସଂସଦ ଦ୍ବାରା ବିଶିଷ୍ଟ ସାହିତ୍ୟିକ କୁମାର ହସନଙ୍କୁ ଚଳିତ ବର୍ଷର ବ୍ରଜମୋହନ ସାହିତ୍ୟ ସମ୍ମାନ ଦିଆଯାଇଥିଲା । ଶରତପୂଜାରୀ ସାଂସ୍କୃତିକ କଳାପରିଷଦ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଦୃଶ୍ୟ ନାଟ୍ୟ ଆଶ୍ରମ , ସମ୍ବଲପୁର ର କଳାକାର ମାନେ ନାଟକ ବୈଷ୍ଣବ ଜନତୋ ପରିବେଷଣ କରିଥିଲେ ।

କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ସହ ବହୁ ରଂଗାରଂଗ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଶେଷରେ ଡଃ ଶାନ୍ତିଲତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଫେସର ଜୟକୁମାରୀ ମିଶ୍ର, ମନରଂଜନ ତ୍ରିପାଠୀ , ପ୍ରମୋଦ ସେଠ, ପବିତ୍ର ମାହାଣା , କଦମ୍ବିନୀ ଗୁରୁ , ପବିତ୍ର ମାହାଣା, ହରିଶ ପାତ୍ର , ପ୍ରମୁଖ ସହଯୋଗ କରିଥିଲେ ।