HomeKoshalTv Exclusiveଛକୋରମାଲ ପଞ୍ଚାୟତରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର ଅନୁଷ୍ଠିତ-

ଛକୋରମାଲ ପଞ୍ଚାୟତରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର ଅନୁଷ୍ଠିତ-

ଛକୋରମାଲ ପଞ୍ଚାୟତ ବାଦିପଡ଼ିଆ ଗ୍ରାମରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର ଅନୁଷ୍ଠିତ-
ସୁବର୍ଣ୍ଣପୁର ,ତା 0୩l0୨l୨୩
ଆଜି ସୋନପୁର ବ୍ଲକ ଅନ୍ତର୍ଗତ ଛକୋରମାଲ ଗ୍ରାମ ପଞ୍ଚାୟତର ବାଦିପଡିଆ ଗ୍ରାମରେ ଜନ ସମର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ,ଛକୋରମାଲ ଗ୍ରାପ.ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ସା, ସମେତ ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

ଜିଲ୍ଲା ତଥା ବ୍ଲକ ପ୍ରଶାସନ ର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଜିଲ୍ଲା୍ର ଆଭ୍ୟନ୍ତରୀଣ ଆଦିବାସୀ ବହୁଳ ବାଦିପଡ଼ିଆ ଗ୍ରାମ ରେ ଜନ ସମ୍ପର୍କ ଶିବିରରେ ଯୋଗଦାନ ପୂର୍ବକ ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ କୁ ପ୍ରତ୍ୟକ୍ଷ ଭାବେ ଶୁଣିବା ସହ ଜିଲ୍ଲା ସ୍ତରୀୟ ଅଧିକାରୀ ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସହ ଜନସାଧାରଣ ଙ୍କ ନିମନ୍ତେ ଥିବା ସରକାରଙ୍କ ସୁବିଧା ସୁଯୋଗ, ଲୋକଯୋଜନା କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ଏହି ଶିବିର ମାଧ୍ୟମରେ ଜିଲ୍ଲା ପ୍ରଶାସନ ଲୋକଙ୍କ ନିକଟକୁ ପହଂଚି ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ର ପ୍ରତିକାର ପାଇଁ ତ୍ୱରିତ ପଦକ୍ଷେପ ନେବା ସହିତ ଗ୍ରାମର ସବୁ ବର୍ଗରେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ଉପରେ ପରାମର୍ଶ ଦେବା ସହିତ ଅଂଚଳର ଜନସାଧାରଣ ଯେପରି ପ୍ରଶାସନ ତରଫରୁ ତ୍ୱରିତ ସେବା ପାଇପାରିବେ ଏବଂ ସେମାନଙ୍କ ଜୀବନ ଜୀବିକାର ଉନ୍ନତି ସହ ସ୍ୱଚ୍ଛ ଓ ସୁସ୍ଥ ରହିବେ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ l

ଶିବିରରେ ଜୀବନ ଜୀବିକା ର ବିକାଶ ନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ଗ୍ରାମର ହିତାଧିକାରୀଙ୍କୁ ବିଭିନ୍ନ ବିଭାଗୀୟ ସହାୟତା ପ୍ରଦାନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଓଡିଶା ଜୀବିକା ମିଶନ ତରଫରୁ ଆତ୍ମନିର୍ଭର ତଥା ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଗ୍ରାମର ସନ୍ତୋଷୀ ଓ ବାରପାହାଡ଼ ମହିଳା ଏସ ଏଚ ଜି ଙ୍କୁ ଗୋଷ୍ଠୀ ବିନିଯୋଗ ପାଣ୍ଠି 50,000 ହଜାର ଲେଖାଏଁ ଏବଂ ଶିବାନୀ ମହିଳା ଏସ ଏଚ ଜି ଙ୍କୁ 2ୟ ଥର ପାଇଁ 80,000 ହଜାର ପ୍ରଦାନ କରାଯାଇଛି l ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ୩ ଜଣଙ୍କୁ ମମତା ଯୋଜନାରେ ପ୍ରଥମ କିସ୍ତି ରେ ପ୍ରତ୍ୟେକ ଙ୍କୁ ୩ ହଜାର ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଳା ସାମାଜିକ ସୁରକ୍ଷା ବିଭାଗ ତରଫରୁ ୧0 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇ ମାସକୁ ଟଂ 500/- ଲେଖାଏଁ ଭତ୍ତା ବ୍ୟାଙ୍କ ଯୋଗେ ପାଇବା ପାଇଁ ମଞ୍ଜୁର କରାଯାଇଛି l ଜିଲ୍ଳା ପ୍ରାଣୀଧନ ବିଭାଗ ତରଫରୁ ଗ୍ରାମର 0୮ ଜଣ ଯୋଗ୍ୟ ହିତାଧିକାରୀ ପ୍ରତ୍ୟେକ ଙ୍କୁ ୫0 ଟି ଲେଖାଏଁ କୁକୁଡ଼ା ଚିଆଁ (୨ ମାସରେ )ସହ କୁକୁଡ଼ା ଘର ନିମନ୍ତେ 500/- ଟଙ୍କା ର ଆର୍ଥିକ ସହାୟତାରେ ପୌଲଟ୍ରି ସେଡ ନିର୍ମାଣ ନିମନ୍ତେ ଆବଶ୍ୟକ ସହାୟତା ପ୍ରଦାନ କରାଯାଇଛି l ପୁନଶ୍ଚ ଗ୍ରାମର ୨0 ଜଣ ହିତାଧିକାରୀଙ୍କୁ କୃଷି ବିଭାଗ ତରଫରୁ ଆତ୍ମା ପ୍ରକଳ୍ପ ଜରିଆରେ ପନିପରିବା ଚାଷ ନିମନ୍ତେ ପନିପରିବା ମଞ୍ଜି କିଟ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଳା ଉଦ୍ୟାନ କୃଷି ବିଭାଗ ତରଫରୁ ଗ୍ରାମର ଚାଷୀ ପରିବାରଙ୍କୁ ଫଳ ଗଛ ଚାରା ମାଗଣାରେ ବଣ୍ଟନ କରାଯାଇଛି l

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ସି ଏଚ ସି ନାଇକେନପାଲି ଦ୍ୱାରା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା l ଶିବିରରେ ଗ୍ରାମର ଜନସାଧାରଣ ଅଂଚଳର ବିଶେଷ ସମସ୍ୟା ସହ ବ୍ୟକ୍ତିଗତ ସମସ୍ୟା ଓ ଅଭିଯୋଗ ଗୁଡିକୁ ଜିଲ୍ଳା ପ୍ରଶାସନ ଆଗରେ ଉପସ୍ଥାପନ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଳା ସ୍ତରୀୟ ଅଧିକାରୀ ତଥା ବ୍ଲକ ସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରଥିଲେ l ପୂର୍ବତନ ସରପଞ୍ଚ ଛକୋରମାଲ ଗ୍ରାମ ପଞ୍ଚାୟତ ଶ୍ରୀ ଶଙ୍କର ପ୍ରସାଦ ସା କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here

Must Read

Google search engine