ଅତାବିରା ରେ ସ୍ବର୍ଗତ ନବ ଦାସ ଙ୍କ ଉଦ୍ଦେଶ୍ୟରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା
ରେଙ୍ଗାଲିକ୍ୟାମ୍ପ, ତା ୩/୨..ଆଜି ଶୁକ୍ରବାର ସନ୍ଧ୍ୟା ଚାରି ଟାରେ ଅତାବିରା ଅଗ୍ରସେନ ଭବନ ଠାରେ ଆଇନଜୀବୀ ଉନିକ୍ରିଷ୍ଣା ନାୟାର ଙ୍କ ଆହ୍ବାନ ତଥା ଅଧ୍ୟକ୍ଷତା କ୍ରମେ ସ୍ବର୍ଗତ ନବ ଦାସ ଙ୍କ ଉଦ୍ଦେଶ୍ୟରେ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ରବି ପଣ୍ଡା ଏହାକୁ ସଂଯୋଜନା କରିଥିଲେ । ପ୍ରଥମେ ସ୍ବର୍ଗତ ଦାସ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତୀ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ଦାସ ଙ୍କ ନେତୃତ୍ୱ ପଶ୍ଚିମ ଓଡ଼ିଶା ପାଇଁ ଅତୁଳନୀୟ ତଥା ଅନନ୍ୟ ଅଟେ ତାଙ୍କ ସ୍ଥାନ ରାଜନୈତିକ ଜଗତରେ ଅପୂରଣୀୟ ଅଟେ । ତେଣୁ ତାଙ୍କୁ ହରାଇ ଆଜି ଅଞ୍ଚଳ ବାସୀ ମର୍ମାହତ ବୋଲି ସମସ୍ତେ ସ୍ମୃତିଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭା ରେ ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ, ଓକିଲ ସଂଘର ସଭାପତି ସୁଶାନ୍ତ ମିଶ୍ର, ମିଲାର୍ସ୍ ସଂଘ, ଉମେଶ ଅଗ୍ରୱାଲ,ବିଜେପି ର ରବୀନ୍ଦ୍ର ନାଏକ,ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର, ମାରୱାଡ଼ି ଯୁବା ମଞ୍ଚ ,ବିରେନ୍ଦ୍ର ବାଙ୍କl, ନିତ୍ୟାନନ୍ଦ ପ୍ରଧାନ,ବଜରଙ୍ଗ ଦଳ,ଦୁର୍ଗାପୂଜା କମିଟି,ଆନ୍ଧ୍ର ସମାଜ,ବଣିକ ସଂଘ ଓ କୁଲିତା ସମାଜ ର ଦିବାକର ପ୍ରଧାନ,ଜୟ ପ୍ରକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଅତାବିରାରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି