ଶ୍ରୀ ଦଧିବାମନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ
ରେଙ୍ଗଲିକ୍ୟାମ୍ପ ତା ୩/୨.ଅତାବିରା ବ୍ଲକ ଟୋପ ପଞ୍ଚାୟତ ଅନ୍ତର୍ଗତ ପରମାନପୁର ରେ ଦୀର୍ଘ ତିନି ଦିନ ଧରି ଚାଲିଥିବା ଶ୍ରୀ ଦଧିବାମନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଯାଇଛି ।ଏହି ମନ୍ଦିର ପ୍ରତିଷ୍ଠା ପାଇଁ ଗତ ଜାନୁଆରୀ ୧୬ ତାରିଖରେ ସୁଭସ୍ଥମ୍ଭ ସ୍ଥାପନ କରାଯାଇ ଫେବୃଆରୀ ୧ ତାରିଖ ଦିନ ପୂର୍ଣକଳସ ସ୍ଥାପନ କରାଯାଇଥିଲା ।


ଡୁଙ୍ଗୁରିପାଲି ର ଘଣ୍ଟ ବାଦ୍ୟ,ରେଙ୍ଗାଲି କ୍ୟାମ୍ପ ର ବାଜା ଓ ଵାବେବିରା ର ସମ୍ପ୍ରଦା କଲାପରିଷଦ ସହ କଳସ ଶୋଭାଯାତ୍ରା ବାହାରି ନିକଟସ୍ଥ ପୋଖରୀ ରୁ ପୂର୍ଣ୍ଣ କଳସ ଧରି ଗ୍ରାମ ପରିକ୍ରମା କରି ଫେରିଥିଲେ ଯଜ୍ଞପୁଜl ମଣ୍ଡପକୁ।ହଜାର ହଜାର ମହିଳା ଓ ଯୁବତୀ ମାନେ ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପରଦିନ ଅର୍ଥାତ୍ ଦ୍ଵାଦଶୀ ଗୁରୁବାର ଦିନ ସକାଳୁ ସୂର୍ଯ୍ୟ ପୂଜା,କଳସ ପୂଜା,ନାନାଦି ଦେବତା ପୂଜା, ବିଗ୍ରହଙ୍କ ଅନ୍ନଭରଣ,ଶସ୍ୟ ଭରଣ ଓ ରତ୍ରେ ନୂତନ ବିଗ୍ରହ ଘଟ ପରିବର୍ତ୍ତନ ଆଜି କାର୍ଯ୍ୟକ୍ରମ ରହିଥିଲା।ଆଜି ପ୍ରତିଷ୍ଠା ଉତ୍ସବର ଅନ୍ତିମ ଦିବସରେ ନୂତନ ବିଗ୍ରହ ପ୍ରତିଷ୍ଠା, ଯାଗଯଜ୍ଞ,ମନ୍ଦିର ପ୍ରତିଷ୍ଠା,ମନ୍ଦିର ଶୋଧନ, ଧ୍ଵଜ କଳସ ସ୍ଥାପନ,ନୂତନ ବିଗ୍ରହଙ୍କ ମନ୍ଦିର ପ୍ରବେଶ ପରେ ପୂର୍ଣ୍ଣାହୁତି ହୋଇଥିଲା।

ବଂଶୀଧର ମିଶ୍ର ଓ ତାଙ୍କର ସାତଜଣ ସାଥୀ ଏହି ପ୍ରତିଷ୍ଠା ମହୋତ୍ସବ ପାଇଁ ପଣ୍ଡିତ ରୂପେ ବରଣ ହୋଇ ପୂଜାକାର୍ଯ୍ୟ ଦାୟିତ୍ଵ ତୁଲାଇ ଥିବା ବେଳେ ଗ୍ରାମର ଦିଲୀପ ମିଶ୍ର ଓ ପତ୍ନୀ ସସ୍ମିତା ମିଶ୍ର,ଯୁଧିଷ୍ଠିର ବେହେରା ଓ ପତ୍ନୀ ଲକ୍ଷ୍ମୀ ବେହେରା, ପରମାନନ୍ଦ ଭୋଇ ଓ ପତ୍ନୀ ଆହ୍ଲାଦିନି ଭୋଇ,କିଶୋର ଶୁସାରି ଓ ପତ୍ନୀ କଳ୍ପନା ସୁଶାରୀ, ନନ୍ଦିଘୋଷ ବେହେରା ଓ ପତ୍ନୀ ବାସନ୍ତୀ ବେହେରା, ଜଗଦୀଶ ବେହେରା ଓ ପତ୍ନୀ ସ୍ନେହଲତା ବେହେରା ଏବଂ ସନାତନ ପୋଡ଼ ଓ ପତ୍ନୀ ଅହଲ୍ୟା ପୋଡ଼ ଆଦି ସାତ ଯୋଡ଼ି କର୍ତ୍ତା ରହିଥିଲେ ।

ପ୍ରତିଦିନ ଦିନ ବାର ତାରି ଅନ୍ନପ୍ରସାଦ ବଣ୍ଟନ କରାଯାଉଥିଲା।ଏହା ବ୍ୟତୀତ ପ୍ରତିଦିନ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ସ୍ବରୂପ ମହିଳା ସଙ୍କୀର୍ତ୍ତନ, ବିଭିନ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କ ର ନୃତ୍ୟ ରେ ଭରପୁର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତିରେ ଜଗଡମ୍ବା ଅପେରା ପରିବେଷିତ ହେଉଥିଲା। ଦର୍ଶକ ମାନଙ୍କ ପାଇଁ ମିନାବଜାର ବିଶେଷ ଆକର୍ଷଣ ହୋଇଥିଲା ।ଆଖପାଖ ଅଂଚଳର ହଜାର ହଜାର ଲୋକ ଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।ସମସ୍ତ ଗ୍ରାମବାସୀ ଙ୍କ ସକ୍ରିୟ ସହଯୋଗ ରେ ଏହି ପ୍ରତିଷ୍ଠା ଉତ୍ସବଟି ସମ୍ପନ୍ନ ହୋଇଛି । ଅତାବିରାରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି