ଆଶ୍ରା ପରିବାର ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ : (ଭେଡେନ): ବରଗଡ ଜିଲ୍ଲା ଭେଡେନ ବ୍ଲକ କୁସନପୁରି ଠାରେ ଆଶ୍ରା ପରିବାର ଦ୍ଵାରା ରବିବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯଇଛି। ରାସ୍ତାଘାଟ, ଘର ଦ୍ବାର, କଳକାରଖାନା ନିର୍ମାଣ କରିବା ଏବଂ ମଣିଷ ତାର ଦୈନନ୍ଦିନ ବ୍ୟବହାର ପାଇଁ ଗଛ କାଟିଦେଉଥିବାରୁ ଅମ୍ଳଜାନ ର ଅଭାବ ହେବାରେ ଲାଗିଛି। ସେସବୁ କୁ ଦୃଷ୍ଟିରେ ରଖି କୁସନପୁରି ଗ୍ରାମର ଯୁବକମାନଙ୍କ ସହଯୋଗରେ ଆଶ୍ରା ପରିବାର ର ସଭାପତି ଅଶ୍ଵିନୀ ସାହୁ ଙ୍କ ନେତୃତ୍ୱରେ ନିଜ ଗ୍ରାମରେ ପ୍ରାୟ ଏକଶହ ରୁ ଅଧିକ ବୃକ୍ଷରୋପଣ କରିଛନ୍ତି। ଏଥିରେ ଉତ୍କଳ କେଶରୀ ମହାପାତ୍ର, ତେଜରାଜ୍ ସେଠ୍, ଆଶିଷ ଷଡ଼ଙ୍ଗୀ, ସଞ୍ଜୀବ ଦାସ, ଦୀପକ ଦାସ, ଓମପ୍ରକାଶ ସାହୁ, ଲିଙ୍କନ ନାଏକ, ରୋସନ୍ ସାହୁ, ଈଶ୍ୱର, ଡକ୍ତର ମେଲି, ଦାଶରଥି ଦାସ, ସୁଧିର ଦାସ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ। ଅତାବିରା ରୁ ଆକାଶ ମିଶ୍ର ଙ୍କ ରିପୋର୍ଟ କୋଶଳ ଟିଭି