ହୁ ହୁ ହୋଇ ଜଳୁଛି ମୁଣ୍ଡେଶ୍ବରଏଵଂ ହାତୀ ଧରା ଜଂଗଲ ।
ବୌଦ୍ଧ ବନଖଣ୍ଡ ମାଧପୁର
ପୁରୁଣାକଟକ ବନାଂଚଳ ଅଧିନସ୍ଥ ବଦଲା, ବାରିଂଗ, ଡାକପଦର, ଖାଲଗାଡୁ, କଣ୍ଟିସର, ହାତୀ ଗଡ, ନୂଆପଡା, କରଡାକୋଠା, ଆଦି ସ୍ତାନ ରେ ଦୁଇଦିନ ହେବ ହୁ ହୁ ହୋଇ ଜଳୁଛି ନିଆଁ ।

ଜଂଗଲରେ ଯାହା ଅମୁଲ୍ଯ ସଂପଦ ଭରପୁର ଭାବେ ରହିଛି ବହୁମୂଲ୍ଯ ର ଔଷଧିୟ ବ୍ରୁକ୍ଷ, ଜୀବଜଗତ ଜଳିପୋଡିପାଉଁଶ ହୋଇ ଯାଇଛି । ପୁଣି ନିଆଁ ଲାଗିବା ଦ୍ବାରା ଜଂଗଲର ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଜୀବଜନ୍ତୁ ମାନେ ଶିକାରୀ ହାବୁଡରେ ପଡି ଶିକାରୀ ଆହାର ହୋଇ ଥାଏ । ଜାତୀୟ ରାଜପଥ ରେ ନିଆଁ ଧୂଆଁରେ ଯାତ୍ରୀ ମାନେ ଅଣନିଶ୍ବାସିହୋଇପଡୁଛନ୍ତି । ଯାହାକି ଜଂଗଲ ବିଭାଗର ଅକ୍ଲାନ୍ତ ପରିଶ୍ରମ ମଧ୍ଯ କାମରେ ଆସୁନି ବର୍ତ୍ତମାନ ପୁରୁଣାକଟକ ଏବଂ ମାଧପୁର ରେଞ୍ଜ ରେ ଯେତିକି ସ୍କାଡ ଅଛନ୍ତି ତଥାପି ଅଣାୟତ ହେବାରୁ ବୌଦ୍ଧ ଡିଭିଜନ ରୁ ମଧ୍ଯ ୧୬ ଜଣକୁ ଅଣାଯାଇ ନିଆଁ ଲିଭାରେ ନିୟୋଜିତ କରାଯାଇଛି ।

କିନ୍ତୁ ଗତବର୍ଷ ଅପ୍ରେଲ ୨୨ତାରିଖରେ ଜଂଗଲ ରେ ନିଆଁ ଦେଖାଯାଇଥିଲା। ହେଲେ ଏବର୍ଷ ୧ମାସପୂର୍ବରୁ ୬୦ ଶତକଡା ଜଂଗଲରେ ନିଆଁ ଲାଗି ଯାଇଛି ।

ଏଥିରୁ ଷ୍ପଷ୍ଟ ଭାବେ ଜଂଗଲ ବିଭାଗର ଆନ୍ତରିକତା ଅଭାବ ଯାହାକି ଲୋକଂକୁ ସଚେତନ କରାଯାଉନାହିଁ କି ବିଭିନ୍ନ ଗ୍ରାମର ବନସୁରକ୍ଷାସମିତିଗୁଡିକୁ ଲୋଡାଯାଉନି । ଏଣୁ ପରିବେଶ ବିତଂକ କହିବା ଅନୁସାରେ ଜଂଗଲ ଏକ ଅମୁଲ୍ଯ ସଂପଦ ଜଂଗଲ ରହିଲେ ଆମେ ବଂଚିବୁ ବର୍ଷା ହେବ ଶସ୍ଯ ଶ୍ୟାମଳା ରେ ପରିପୂର୍ଣ୍ଣ ହେବ । ବୌଦ୍ଧ ରୁ କୁନା ବେହେରା ରିପୋର୍ଟ କୋଶଳ ଟିଭି ।