କରଂଜକଟା ଗ୍ରାମପଂଚାୟତ ରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ଗ ଅଭିଯୋଗ ଶୁଣାଣି ଶିବିର
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଂଜକଟା ଗ୍ରାମପଂଚାୟତ ରେ ଜିଲ୍ଲା ପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ପାଳ ସତ୍ଯ ରଂଜନ ସାହୁ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ବି ଡି ଓ ସ୍ବ ସ୍ମିତା ନାୟକ, ସରପଂଚ ନିହାର ଘୋଷ, ଜିଲ୍ଲା ସ୍ତରୀୟ ସମସ୍ତ ପଦାଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀଗଣ ଏଥିରେ ଯୋଗଦେଇଥିଲେ ।

ଏହି ଅଭିଯୋଗ ଶୁଣାଣି ଶିବିର ରରେ ସର୍ବମୋଟ ୧୨୮ଟି ବିଭିନ୍ନ ପଂଚାୟତ ରୁ ଅଭିଯୋଗ ଆସିଥିଲା ସେଥିରୁ ବ୍ୟକ୍ତି ଗତ ୧୨୧ ଏବଂ ଗାଁ ସାମୁହିକ ୭ଟି ଦରଖାସ୍ତ ଆସିଥିବା ବେଳେ ସେଥିରୁ ତତକ୍ଷଣାତ ଜିଲ୍ଲା ପାଳ ବିଚାର କରି ୨୩ ଜଣକୁ ମୂଖ୍ଯ ମନ୍ତ୍ରୀ ରିଲିଫଫଣ୍ଡରୁ ୧ଲକ୍ଷ ୫୬ ହଜାର ପ୍ରଦାନ କରି ଥିବାବେଳେ ୧୭ ଜଣକୁ ରେଡକ୍ରସ ପାଣ୍ଠିରୁ ୯୪ ହଜାର ଟଂକା ପ୍ରଦାନ କରିଥିଲେ ଏବଂ ୯୦ଟି ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିଲା ।

ଏଥିରେ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ତହସିଲ ଦାର ଶମ୍ଭୁ ପ୍ରସାଦ ମିଶ୍ର, ପୁରୁଣାକଟକ ଥାନା ଅଧିକାରୀ ଜ୍ୟୋସ୍ନା ରାଣୀ କାଉଁରୀ ମଧ୍ଯ ଉପସ୍ଥିତ ଥିଲେ । ବୌଦ୍ଧ ଭଳି ଆଦିବାସୀ ତଥା ଅନୁନ୍ନତ ଜିଲ୍ଲାର ଦୁଃଖି ଗରିବ ନିଶହାୟ ଅହୋରାତ୍ର ଚିନ୍ତା କରୁଥିବାରୁ ଏବଂ ସମସ୍ତ ଅଭିଯୋଗ ର ସମାଧାନ କରୁଥିବାରୁ ସମସ୍ତ ଜିଲ୍ଲା ବାସୀ ଜିଲ୍ଲା ପାଳ ଂକୁ ସାଧୁବାଦ ଜଣାଉ ଛନ୍ତି । ବୌଦ୍ଧ ରୁ କୁନା ବେହେରା ରିପୋର୍ଟ କୋଶଳ ଟିଭି ।