ପଲ୍ଲୀ ଶିକ୍ଷାର ଅଦ୍ୱିତୀୟ ପଥପ୍ରଦର୍ଶକ ଥିଲେ ସ୍ବର୍ଗତ ବ୍ରଜମୋହନ
ରେଙ୍ଗାଲିକ୍ୟାମ୍ପ, ତା ୧୫/୩.. ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା ମହା ବିଦ୍ୟାଳୟରେ ଆଜି ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ଡଃ ବ୍ରଜମୋହନ ପଣ୍ଡା ଙ୍କ ତିରୋଧାନ ଦିବସ। ସ୍ଵର୍ଗତ ପଣ୍ଡା ଥିଲେ ପଲ୍ଲୀ ଶିକ୍ଷାର ପଥପ୍ରଦର୍ଶକ ।ତତ୍କାଳୀନ ସମାଜରେ ଶିକ୍ଷାକୁ ଏତେ ଗୁରୁତ୍ଵ ଦେଇ ନଥିବା ବେଳେ ପଲ୍ଲୀ ବାସୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରିବା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ରହିଛି ।ତାଙ୍କରି ଉଦ୍ୟମ କ୍ରମେ ଲରମ୍ଭା ତଥା ଆଖପାଖ ଅଞ୍ଚଳରେ କ୍ରମେ ଶିକ୍ଷାର ପ୍ରସାର ଘଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ନିର୍ମାଣ କରାଯାଇ ଶିକ୍ଷାର ପ୍ରସାର ହୋଇଥିଲା । ଆଜି ତାଙ୍କର ତିରୋଧାନ ଦିବସ ପାଳନ ଅବସରରେ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ, ପ୍ରାଧ୍ୟାପିକା ଜୟକୁମାରି ମିଶ୍ର,ଅଧ୍ୟାପକ ମନୋରଞ୍ଜନ ତ୍ରିପାଠୀ,ଅଧ୍ୟାପିିକା ଡଃ ଶାନ୍ତିଲତା ବାରିକ୍ ମଞ୍ଚାସୀନ ଥିଲେ ।ମହାବିଦ୍ୟାଳୟର ର ଛାତ୍ର/ ଛାତ୍ରୀ ନିବାସ ପରିସରରେ ଥିବା ତାଙ୍କର ପ୍ରତିମୂର୍ତ୍ତି ନିମନ୍ତ୍ରିତ ଅତିଥି ମାନେ ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ ।ତାଙ୍କ ର ଆଦର୍ଶ ମାର୍ଗକୁ ଅନୁସରଣ କରି ଶିକ୍ଷାର ପ୍ରସାର ଦିଗରେ ସମସ୍ତେ ମିଳିମିଶି କାମ କରିବା ଉଚିତ୍ ବୋଲି ପ୍ରତ୍ୟେକ ନିଜ ନିଜ ବକ୍ତବ୍ୟରେ କହିଥିଲେ। ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଓ ଉଦଯାପନୀ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଯଶୋବନ୍ତି ସା ,ସଂଘମିତ୍ରା ମହାକୁର, ଡଃ ମୋନିକା ଶତପଥୀ,ରିଙ୍କି ଖେତି,ଅଧ୍ୟାପକ ରଞ୍ଜିତ ପ୍ରଧାନ ,ସୁନିଲ ପ୍ରଧାନ,ଅବିନାଶ ସାହୁ,ଲିଙ୍ଗରାଜ ପୋଢ଼,ବିଦେଶୀ ଛନ୍ଦ ,ମୁକେଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ପବିତ୍ର ମାହାଣା ଧନ୍ୟବାଦ୍ ଅର୍ପଣ କରିଥିଲେ। ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି