ବରପାଲି ରେଳ ଓଭରବ୍ରିଜ ପାଇଁ ଚାଲିଥିବା ଆନ୍ଦୋଳନର ୫୦ତମ ଦିବସରେ ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘ


ତା.୫/୧୦/୨୨ ଦିନ ଏଥି ପ୍ରତି ନୈତିକ ସମର୍ଥନ ଜ୍ଞାପନ କରିଛି। ବରପାଲିର ଅଧିକାର ଫାଉଣ୍ଡେସନର ନେତୃତ୍ୱରେ ଚାଲିଥିବା ଏହି ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନ କେବଳ କୌଣସି ସଂଗଠନର ଲଢେଇନୁହେଁ; ପରନ୍ତୁ ବରପାଲି ଜନସାଧାରଣଙ୍କ ସ୍ୱାଭିମାନର ଲଢେଇ ଅଟେ। ଦୀର୍ଘଦିନ ଧରି ଓଭରବ୍ରିଜ କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବେ ପକାଇରଖି ଜନସାଧାରଣଙ୍କୁ ସମସ୍ୟା ମଧ୍ୟକୁ ଠେଲିଦେଇ ବିଭାଗୀୟ କର୍ତ୍ତୃପକ୍ଷ ଚୁପଚାପ ତାମସା ଦେଖିବା ବାସ୍ତବିକ ନିନ୍ଦନୀୟ ଅଟେ। ବରଗଡର ଜୀରାବ୍ରିଜ ଭଳି ବରପାଲି ରେଳ ଓଭରବ୍ରିଜ ପ୍ରଶାସନିକ ଅବହେଳାର ନମୁନା ଅଟେ। ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘ ଏହି ଜନବିରୋଧୀ କାର୍ଯ୍ୟକୁ ପ୍ରତିବାଦ କରିବା ସହ ଅଧିକାର ଫାଉଣ୍ଡେସନ ତଥା ବରପାଲିବାସୀଙ୍କ ସହ ଠିଆହେବା ପାଇଁ ପ୍ରତିଶୃତିବଦ୍ଧ ଏବଂ ଏଥିପାଇଁ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହ ସମ୍ପର୍କ ସ୍ଥାପନ କରି ଏହାର ନିର୍ମାଣକାର୍ଯ୍ୟ ପୁଣି ଆରମ୍ଭ କରିବାକୁ ଚାପ ଦେବାକୁ ନିଷ୍ପତ୍ତି ନେଇଛି। ଆଜିର କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରଦୀପ ଦେବତା, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସର୍ଦ୍ଦାର ପ୍ରିତମ ସିଂହ, ସମ୍ପାଦକ କମଳ ଯୋଷୀ, ଯୁଗ୍ମ ସମ୍ପାଦକ କିଶୋର କୁମାର ରଥ ତଥା ଅନ୍ୟାନ୍ୟ ସଦସ୍ୟ ଗୋପାଳ ଚନ୍ଦ୍ର ଦାଶ, ଅଚ୍ୟୁତାନନ୍ଦ ବାରିକ, ମଳୟ ମହାନ୍ତି, ତୁଳସୀ ଚରଣ ଦାଶ, ଅଭୟ କୁମାର ଭୋଇ, ଲକି ମିରୱାନୀ, ସି ଏମ ରାଓ, ଉଦ୍ଧବ ବେହେରା, ସଞ୍ଜୟ ମେହେର, ସରୋଜ ଷଡଙ୍ଗୀ, ଅନିଲ ଅଗ୍ରୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ କୋଶଳ ଟିଭି