HomeKoshalTv Exclusiveଅତାବିରା ମହାବିଦ୍ୟାଳୟ ରେ "ଅଗ୍ନିବୀର " ସଚେତନତା ଶିବିର

ଅତାବିରା ମହାବିଦ୍ୟାଳୟ ରେ “ଅଗ୍ନିବୀର ” ସଚେତନତା ଶିବିର

ଅତାବିରା ମହାବିଦ୍ୟାଳୟ ରେ “ଅଗ୍ନିବୀର ” ସଚେତନତା ଶିବିର

ରେଙ୍ଗାଲିକ୍ୟାମ୍ପ , ତା ୧୮/୩ ଆଜି ସମ୍ବଲପୁର ଆର୍ମି ରିକ୍ୱିର୍ମେଣ୍ଟ କାର୍ଯ୍ୟାଳୟ ଓ ବରଗଡ଼ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ମିଳିତ ଆନୁକୁଲ୍ୟରେ ଅତାବିରା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅଗ୍ନିବୀର ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା

। ସାଧାରଣତଃ ମହାବିଦ୍ୟାଳୟର ର ଶିକ୍ଷା ସମାପ୍ତ ପରେ ଛାତ୍ର ଛlତ୍ରୀ ମାନେ ସେମାନଙ୍କ ଯୋଗ୍ୟତା ଅନୁସାରେ ବିଭିନ୍ନ କର୍ମକ୍ଷେତ୍ରରେ ନିଯୁକ୍ତି ପାଇଁ ଆବେଦନ କରିଥାନ୍ତି ।କିନ୍ତୁ ଅନେକ ଛlତ୍ର ଛାତ୍ରୀ ସେମାନଙ୍କ ଇଚ୍ଛା ଅନୁସାରେ ଉପଯୁକ୍ତ କର୍ମକ୍ଷେତ୍ର ର ସନ୍ଧାନ ରେ ସମୟ ଅତିବାହିତ ହୋଇଯାଏ । ସେମାନଙ୍କ ପାଇଁ ଉପଯୁକ୍ତ ପଥ ପ୍ରଦର୍ଶକ, ବିଶେଷ ଜ୍ଞାନର ର ଅଭାବ ରହିଥାଏ।ଅନେକ ଙ୍କ ମନରେ ଭାରତୀୟ ସୈନ୍ୟ ବିଭାଗରେ ଯୋଗ ଦେବା ର ଇଚ୍ଛା ମଧ୍ୟ ରହିଥାଏ ।ହେଲେ ସେଥିପାଇଁ କଣ୍ ସବୁ ପ୍ରକ୍ରିୟା ର ଆବଶ୍ୟକତା ଥାଏ , ସେମାନେ କେଉଁ ମାଧ୍ୟମରେ ଆବେଦନ କରିବେ, ତା ପାଇଁ କି କି ଯୋଗ୍ୟତା ରହିବ ଦରକାର ଏସବୁ ଜାଣି ନଥାନ୍ତି ।ତେଣୁ ଅନିଚ୍ଛା ସତ୍ତ୍ଵେ ଅନ୍ୟତ୍ର ନିୟୋଜିତ ହୋଇଥାନ୍ତି । ତେଣୁ ସେନାରେ ନିଯୁକ୍ତି ହେବା ପାଇଁ କି କି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡେ,କେମିତି ଆବେଦନ କରିବେ,କେଉଁପରି କରିବେ ସେ ଉପରେ ଏହି ସଚେତନତା ଶିବିର ରେ ଶିକ୍ଷା ଦିଆଯାଇଥିଲା ।

।ଜିଲ୍ଲା ନିୟୋଜନ ଅଧିକାରୀ ବିଦ୍ୟୁତ୍ ପ୍ରଭା ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ଏହା ଉପରେ ଉଦବୋଧନ ଦେଇଥିଲେ ।ସମ୍ବଲପୁର ସେନା ର ସୁବେଦାର ମେଜର ରାଜେଶ୍ ନାୱାନି ଓ ଅମିତ୍ କୁମାର ସିଂ ଯୋଗ ଦେଇ ଛlତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ।ଉକ୍ତ ସଭାରେ ତିନି ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଅମ୍ରିତା ହେମରାଜ ଓ ରିଙ୍କି ପ୍ରଧାନ ଉପସ୍ଥିତ ରହି ସକ୍ରିୟ ସହଯୋଗ କରି ଥିବାବେଳେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine