ଟ୍ରକ୍ ଧକ୍କା ରେ ବୁଳନ୍ତା ଷଣ୍ଢ ର ମୃତ୍ୟୁ….. ଶବ ସତ୍କାର କଲା ବଜରଙ୍ଗ ଦଳ…

ରେଙ୍ଗାଲି କ୍ୟାମ୍ପ ତା:-୧୯/.୩- ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ଚାରି ଥାକିଆ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଦିନ ରାତି ହଜାର ହଜାର ଗାଡ଼ି ମଟର ସହ ଲୋକେ ତଥା ସ୍କୁଲ ପିଲା ଯାତାୟାତ କରି ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ର ଶିକାର ହୋଇ ନିରୀହ ଜୀବନ ବଳି ପଡୁଛି।ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଅତାବିରା ବ୍ଲକ ଛକ ରେ।ଯାହା ଅତାବିରା ଅଞ୍ଚଳରେ ଚରା ଭୂଇଁ ର ଅଭାବରୁ ରାଜପଥ ପାଲଟିଛି ଚରା ଜୀବ ଙ୍କ ବାସସ୍ଥଳୀ।

ଆହାର ଆଶାରେ ଚରା ଜୀବ ମାନେ ରାଜରାସ୍ତା ଡ଼ିଭାଇଡର କୁ ଆସି ଆହାର ନପାଇ ଦିନ ଦିନ ଧରି ଡିଭାଇଡର ରେ ପଡ଼ି ରହି ରାଜରାସ୍ତା ରେ ଯିବା ଆସିବା ଗାଡ଼ି ରେ ବାଡେଇ ହୋଇ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିବା ସହ ଲୋକେ ତଥା ସ୍କୁଲ ପିଲା ଯିବା ଆସିବା କରିବାରେ ସୁରକ୍ଷିତ ମଣୁ ନାହାନ୍ତି।ଏନେଇ ଖବର ପାଇ ଅତାବିରା ବଜରଙ୍ଗ ଦଳ ପ୍ରଖଣ୍ଡ ଘଟଣା ସ୍ଥଳରେ ପହଞ୍ଚି ଅଜଣା ଗାଡ଼ି ଧକ୍କା ରେ ମୃତ ହୋଇଥିବା ଷଣ୍ଢ କୁ ଜେଶିବି ସାହାଯ୍ୟ ରେ ନେଇ ବିଧି ପୂର୍ବକ ସତ୍କାର କରିଥିଲେ।ତେବେ ଦେଖାଯାଉ ଆଉ କେତେ ନୀରିହ ଙ୍କ ଜୀବନ ଗଲେ ରାଜରାସ୍ତା ସୁଧୁରିବ। ଅତାବିରାରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି