HomeKoshalTv Exclusiveମହିଳା ଡିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ର ବାର୍ଷିକ ଉତ୍ସବ "ଆଲୋକବର୍ତିକା" ଅନୁଷ୍ଠିତ

ମହିଳା ଡିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ର ବାର୍ଷିକ ଉତ୍ସବ “ଆଲୋକବର୍ତିକା” ଅନୁଷ୍ଠିତ

ମହିଳା ଡିଗ୍ରୀ ମହାବିଦ୍ୟାଳୟ ପଦ୍ମପୁରର ବାର୍ଷିକ ଉତ୍ସବ “ଆଲୋକବର୍ତିକା” ଅନୁଷ୍ଠିତ
ପଦମପୁର ତା 16/03 ଗୁରୁବାର ଦିନ ମହାବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଆଲୋକବର୍ତିକା ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବ ରେ ଅଧ୍ୟକ୍ଷା କଳ୍ପନାରାଣୀ ନାଥ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ଉପ ଜିଲ୍ଲାପାଳ ତଥା ସଭାପତି ପରିଚାଳନା କମିଟି ଶ୍ରୀ ସଦାକର କୁମ୍ଭାର, ସମ୍ମାନୀତ ଅତିଥି ଶ୍ରୀ ରଞ୍ଜିତ ସିଂ ବରିହା, ଶ୍ରୀମତୀ ସାବିତ୍ରୀ ବାଗ ତଥା ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଓ ମୁଖ୍ୟବକ୍ତା ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ କେଶରଞ୍ଜନ ପ୍ରଧାନ ଯୋଗ ଦେଇ ବର୍ତ୍ତମାନ ର ସମୟରେ ନାରୀ ମାନଙ୍କ ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଅଧ୍ୟାପିକା ସଂଗୀତା ଗୌନ୍ତିଆ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପିକା କୁନ୍ତଳା ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ।

ସାଂସ୍କୃତିକ ପରିଷଦ ର ସଂପାଦିକା ଅଧ୍ୟାପିକା ଲୋପାମୁଦ୍ରା ନାୟକ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ। ଅଧ୍ୟାପିକା ଡ ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ଅଧିବେଶନ ରେ ଛାତ୍ରୀ ମାନଙ୍କ ଦ୍ଵାରା ଏକାଙ୍କିକା ପ୍ଲସ ମାଇନସ କେଂସଲ ଓ କହିଲା ହାତୀ ର କାନେ କାନେ ଆଶିଷ ବୈକାର ଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା ଯାହାକି ଦର୍ଶକ ମାନଙ୍କୁ ଖୁବ୍ ହସେଇ ଥିଲା। କବି ବିନୋଦ ଚନ୍ଦ୍ର ନାୟକ ଙ୍କ କବିତା ଗ୍ରାମପଥ ର ନୃତ୍ୟ ରୂପାନ୍ତର ସୁରେନ୍ଦ୍ର ସାହୁ ଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।

ଏଥି ସହିତ ରମେଶ ଗୁର୍ଲl ଙ୍କ ନିର୍ଦ୍ଦେଶନାରେ ଓଡିଶୀ ଓ ବିଭିନ୍ନ ଆଂଚଳିକ ନୃତ୍ୟ ଦର୍ଶକ ମାନଙ୍କୁ ଆନନ୍ଦିତ କରିଥିଲା। ଅଧ୍ୟାପିକା କାଦମ୍ବିନୀ ପାଣିଗ୍ରାହୀ, ପଦ୍ମିନୀ ପ୍ରଧାନ,ସରିତାରାଣୀ ପ୍ରଧାନ, ମଧୁମିତା ପଧାନ, ସୋନିଆରାଣୀ ମେହେର ଅଧ୍ୟାପକ ବୀରେନ୍ଦ୍ର ମେହେର, ଧୀରେନ୍ଦ୍ର ବର୍ଗେ, ଅନିଲ ପୁରୋହିତ ଓ ଅଣ ଶିକ୍ଷକ କର୍ମଚାରୀ ଗୀତା ପୁରୋହିତ, ଫକୀର ମୋହନ ଭୋଇ, ସୀମିତ ମହାନ୍ତି, ଗୋବିନ୍ଦ ବେହେରା, ରବି ଅମ୍ରି, ଚୁଡ଼ାମଣି ବେହେରା, କୃଷ୍ଣଚନ୍ଦ୍ର ସାହୁ,ଗୌରୀ ସେଠ୍, ଯମୁନା ଗୁର୍ଲା ସମସ୍ତ କାର୍ଯକ୍ରମ ରେ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine