HomeKoshalTv Exclusiveଗଙ୍ଗାଧର ପାନୀୟଜଳ ପ୍ରକଳ୍ପ ନିର୍ମାଣକlରି ସଂସ୍ଥା ର ମନ ମୁଖୀ କାମ ଯୋଗୁଁ ଶିକ୍ଷା ଓ...

ଗଙ୍ଗାଧର ପାନୀୟଜଳ ପ୍ରକଳ୍ପ ନିର୍ମାଣକlରି ସଂସ୍ଥା ର ମନ ମୁଖୀ କାମ ଯୋଗୁଁ ଶିକ୍ଷା ଓ ସ୍ଵାସ୍ଥ୍ୟ ବାଧାପ୍ରାପ୍ତ

ଗଙ୍ଗାଧର ପାନୀୟଜଳ ପ୍ରକଳ୍ପ ନିର୍ମାଣକlରି ସଂସ୍ଥା ର ମନ ମୁଖୀ କାମ ଯୋଗୁଁ ଶିକ୍ଷା ଓ ସ୍ଵାସ୍ଥ୍ୟ ବାଧାପ୍ରାପ୍ତ

ରେଙ୍ଗାଲିକ୍ୟାମ୍ପ , ତା ୧୯/୩ ପାନୀୟଜଳ ପ୍ରକଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ମିଳିତ ଯୋଜନାରେ ବର୍ତ୍ତମାନ ଗଙ୍ଗାଧର ପାନୀୟ ଜଳ ପ୍ରକଳ୍ପ ଯୋଜନା ର ନିର୍ମାଣ କାର୍ଯ୍ୟ ଚାଲିଛି । ଜିରୋ ପଏଣ୍ଟ ରୁ ବିଜେପୁର ପର୍ଯ୍ୟନ୍ତ ପାଇପ ଦ୍ଵାରା ଜଳ ଯୋଗାଣ କରାଯିବା ପାଇଁ ବର୍ତ୍ତମାନ ପାଇପ ସଂଯୋଗ କାର୍ଯ୍ୟ ଚାଲୁଛି । ମାଟି ଖୋଲିଏହି ପାଇପ ସଂଯୋଗ କରାଯାଉଛି। ଏହି ପ୍ରକଳ୍ପ କାମ ନିର୍ମାଣ କାରୀ ସଂସ୍ଥା ଏଲ ଏନ୍ ଟି ହାତକୁ ଦିଆଯାଇଛି ।କିନ୍ତୁ ଏବେ ଏହି ନିର୍ମାଣ କlରିସଂସ୍ଥା ର ମନ ମୁଖୀ କାମ ଯୋଗୁ ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ଅନେକ ସମସ୍ୟା ସୃଷ୍ଟି କରୁଛି। ଯାହା ଆଜି ଦେଖିବାକୁ ମିଳିଛି ଅତାବିରା ବ୍ଲକ ଟାଙ୍ଗରପାଲି ଗ୍ରାମରେ ।

ଏହି ପାଇପ ସଂଯୋଗ ପାଇଁ ମୁଖ୍ୟ କେନାଲ ରୁ ଗ୍ରାମ କୁ ସଂଯୋଗ କରୁଥିବା ଅlର୍ଡି ରାସ୍ତାରେ ୫୦ ଫୁଟ ଚଉଡ଼ା ଓ ୫୦ ଫୁଟ ଗଭୀର ର ମାଟି ଖୋଳା ଯାଉଛି ।ଯିବା ଆସିବା ପାଇଁ କାମଚଳା ରାସ୍ତା ଦିଆଯାଇଛି ଯାହା କି ବିଲ ଭିତର ଦେଇ ଯିବାକୁ ପଡୁଛି। ଦୀର୍ଘ ୧୫ ଦିନ ହେଲା ଲୋକେ ଏହି ରାସ୍ତା ଦେଇ କଷ୍ଟ ମାଷ୍ଟେ ଚାଲି କି ଯିବା ଆସିବା କରୁଛନ୍ତି।ଚାରିଚକିଆ ଯାନ ମୋଟେ ଯାଇ ପାରୁ ନାହିଁ।

ଦୁଇ ଚକିଆ ବାଇକ୍ ଆଦି ବହୁ କଷ୍ଟରେ ଯାଉଛି । ଏହି ରାସ୍ତା ଦେଇ ଟାଙ୍ଗର ପାଲି, ଆମଝର,ଯୁନାନି,ଧୁବେନ୍ ଟିକ୍ରା,ରୁଝେନ୍ ମାଲ, ତଲା କଣ୍ଟା, ବlଞ୍ଜି ପଡ଼ା ,ସହଁରା ପଡ଼ା ଆଦି ପାଞ୍ଚ ଛଅ ଖଣ୍ଡ ଗ୍ରାମର ଲୋକେ ଯିବା ଆସିବl କରିଥାନ୍ତି ପ୍ରତି ଗାଁ ରୁ ସ୍କୁଲ୍ ପିଲାମାନେ ଟାଙ୍ଗରପାଲି ହାଇ ସ୍କୁଲ କୁ ମଧ୍ୟ ପଢ଼ିବା ପାଇଁ ଆସିଥାନ୍ତି ।ହେଲେ ଏଲ ଏନ୍ ଟି ର ଏହି ମାଟି ଖୋଳା କାମ ଓ ତାକୁ ଦୀର୍ଘ ଦିନ ଧରି ପକାଇ ରଖି ଥିବାରୁ ପିଲାଙ୍କ ସ୍କୁଲ୍ ଯିବାରେ ସମସ୍ୟା ହେଉଛି।ଗତ କାଲିର ବର୍ଷାରେ ଏହି ରାସ୍ତା ଆହୁରି ଭୟଙ୍କର ହୋଇଛି ।ବର୍ତ୍ତମାନ ସ୍କୁଲ୍ କଲେଜ୍ ମାନଙ୍କର ପରୀକ୍ଷା ସମୟ ।କିନ୍ତୁ ପିଲାଙ୍କ ସ୍କୁଲ୍ ଯିବା ବନ୍ଦ ହେଇଯାଇଛି ଏହି ରାସ୍ତା ଯୋଗୁଁ।ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ବି ଯାଇ ପାରୁନାହିଁ।ଯଦି ଦୈବlତ କାହାର କିଛି ସ୍ବାସ୍ଥ୍ୟ ଗତ ପ୍ରତିକୂଳ ପରିସ୍ଥିତି ହୁଏ ତେବେ , ତାକୁ ଡାକ୍ତରଖାନା କୁ ଆଣିବା ମଧ୍ୟ ଅସମ୍ଭବ ହୋଇଯିବ ।ଗ୍ରାମ ଲୋକେ ଯଥାଶୀଘ୍ର ଏହି ପାଇପ ସଂଯୋଗ କାମ ସମ୍ପୂର୍ଣ କରି ରାସ୍ତା କୁ ମୁକ୍ତ କରିବା ପାଇଁ ବାରମ୍ବାର କହି ଆସୁଥିଲେ କିଛି ନ ଶୁଣି ସମସ୍ତଙ୍କୁ ବେଖାତିର କରି ମନମୁଖୀ କାମ କରି ଚାଲିଛି। ୧୫ ଦିନ ହେଲା ରାସ୍ତା ଏମିତି ଅଚଳ ଅବସ୍ଥାରେ ରହିଛି। ଏମିତିକି ଅନେକ ସ୍ଥାନରେ ଲୋକଙ୍କ ଚାଷ ଜମି ଦେଇ ଏହି ପାଇପ ସଂଯୋଗ ହେଇଥିବାରୁ ବହୁ ପରିମାଣର ଚାଷ ଜମି ମଧ୍ୟ ନଷ୍ଟ ହୋଇ ସେମାନଙ୍କ ଉତ୍ପାଦନ ଉପରେ ପ୍ରଭାବ ପକାଉଛି। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନିର୍ମାଣ କlରି ସଂସ୍ଥା ପ୍ରତି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।ଶୀଘ୍ର ରାସ୍ତା ଟିକୁ ଗମନା ଗମନ ଉପଯୋଗୀ ନ କଲେ ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅତାବିରା ରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine