ଆରମ୍ଭହେବାକୁଯାଉଛିନିଷ୍ଠାଜୀବନରେଖା
ଆରମ୍ଭ ହେବାକୁ ଯାଉଛି ନିଷ୍ଠା ପରିବାର ର #ଦେୟଯୁକ୍ତ
(PAID/NO PROFIT NO LOSS) ଆମ୍ବୁଲେନ୍ସ ସେବା।ନିଷ୍ଠା ପରିବାର ସହ ଯୋଡି ହେଲା ଆଉ ଏକ ନୂତନ ଅଧ୍ୟାୟ। ଆଞ୍ଚଳିକ ଅସୁବିଧାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନରୁ ନିଷ୍ଠା ପରିବାର ଏକ ଆମ୍ବୁଲେନ୍ସ ଯୋଗାଇ ଦେବା ପାଇଁ ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ ଙ୍କୁ ଦାବି ଜଣାଇ ଆସୁଥିଲା। ନିଷ୍ଠା ପରିବାର ର ଦାବି ତଥା ଅନୁରୋଧ କୁ ହୃଦବୋଧ କରି ମାନ୍ୟବର ବରଗଡ଼ ବିଧାୟକ ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ପାଣ୍ଠିରୁ ତା.୦୬.୧୦.୨୦୨୨ ଗୁରୁବାର ଦିନ ଶ୍ରୀମତୀ ମୋନିଷା ବାନାର୍ଜୀ, ଜିଲ୍ଲାପାଳ,ବରଗଡ଼,ଶ୍ରୀ ସାଧୁ ଦାଶ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ବରଗଡ଼ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ରେ ଏକ ଆମ୍ବୁଲେନ୍ସ ଆମ ନିଷ୍ଠା ପରିବାର କୁ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ପରିବାର ର ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଦୂର୍ବାଦଳ ଷଡ଼ଙ୍ଗୀ, ସଭାପତି ରକ୍ଷପାଲ ସାହୁ, ସାମ୍ପଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।ନିଷ୍ଠା ପରିବାର ତରଫରୁ ମାନ୍ୟବର ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ବରଗଡ଼ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଓ ସମସ୍ତ ଶୁଭାକାଂକ୍ଷୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ ନମସ୍କାର ।