ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ବିଶିଷ୍ଟ ସମାଜସେବୀ ବିପିନ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ
ରେଙ୍ଗାଲିକ୍ୟାମ୍ପ, ତା ୯/୧୦….. ଅତାବିରା ର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ବିପିନ ପ୍ରଧାନ ଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆଜି ଅତାବିରା ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସଂଗଠନ ର ସଭାପତି ସମାଜସେବୀ କୃଷ୍ଣଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା କ୍ରମେ ଏହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କାର୍ଯ୍ୟକ୍ରମ ହୋଇଥିଲା ।ଏଥିରେ ସଂଗଠନ ର ସମ୍ପାଦକ ଲେଶଦେବ ପ୍ରଧାନ ,କୋଷାଧ୍ୟକ୍ଷ ଅଜିତ ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ ,ଦୁର୍ଯ୍ୟୋଧନ ଗଡତିଆ,ଦିଲୀପ ସାହୁ ,ବିଶ୍ଵ ଭୋଇ ,ମନୋରଞ୍ଜନ ପ୍ରଧାନ (ଅଗି),ରଘୁନାଥ ବିଶ୍ଵାଳ, ସାମ୍ବାଦିକ ଆକାଶ ମିଶ୍ର , ଅନୁସୂୟା ଦେବତା ପ୍ରମୁଖ ଯୋଗ ଦେଇଥିଲେ ।ଏହି ଶ୍ରଦ୍ଧାଞ୍ଜଳୀ ସଭା ଅତାବିରା ଅଞ୍ଚଳର ଜନବସତି ଠାରୁ ଦୂର ଏକ ସ୍ଥାନରେ ପ୍ରାକୃତିକ ଓ ଶାନ୍ତ ପରିବେଶ ଭରା ପରିବେଷ୍ଟନୀ ରେ ଅନୁଷ୍ଠିତ ହୋଇଥିଲା । ତାଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ପ୍ରଥମେ ନୀରବ ପ୍ରାର୍ଥନା କରାଯାଇ ଥିଲା ।ଏହି ଅବସରରେ ଉପସ୍ଥିତ ସମସ୍ତେ ସ୍ବର୍ଗତ ପ୍ରଧାନ ଙ୍କ ସମାଜ ସେବା ଉପରେ ସ୍ମୃତିଚାରଣ କରିଥିଲେ ।ସ୍ବର୍ଗତ ପ୍ରଧାନ ଜାଣେ ଖାଲି ସମାଜ ସେବୀ ନଥିଲେ ,ସେ ଜଣେ ଶିକ୍ଷା ପ୍ରେମୀ ମଧ୍ୟ ଥିଲେ ବୋଲି ସଂଗଠନ ର ସଭାପତି କହିଥିଲେ । ସେ ଲlଦେରପାଲି ସ୍ତିତ ଆରବିନ୍ଦ ଶିକ୍ଷା କେନ୍ଦ୍ରର ଉପଦେଷ୍ଟା ସଭ୍ୟ ଭାବରେ ଦୀର୍ଘ ବର୍ଷ ଧରି ରହି ଆସିଥିଲେ ।ଏହା ବ୍ୟତୀତ ସେ ଦେବାହlଲ ସେବାଶ୍ରମ ସ୍କୁଲ୍ ର ପ୍ରଧାନ ଶିକ୍ଷକ ମଧ୍ୟ ରହିଥିଲେ ।କିନ୍ତୁ ଚାକିରି ଠାରୁ ସମାଜ ସେବା କୁ ଅଧିକ ଗୁରୁତ୍ୱ ମନେକରି ସେ ଚାକିରୀ ଛାଡି ସମାଜସେବା କୁ ଆପଣେଇ ନେଇଥିଲେ । ଏହା ଛଡ଼ା ସେ ଲାୟାଂସ କ୍ଲବ୍ ର ସଭାପତି ,ଗ୍ରାମ୍ୟ କମୀଟିର ସଭାପତି ,ପଶ୍ଚିମ ଓଡ଼ିଶା କୁଳିତା ସମାଜର ସଭାପତି ଭାବେ ଦୀର୍ଘ ଦିନ ରହି ଦାୟିତ୍ଵ ତୁଲାଇଥିଲେ ।
ତାଙ୍କରି ଆଦର୍ଶ କୁ ଆପଣେଇ ନେଇ ନିଜ ଜୀବନରେ ତାକୁ ପ୍ରୟୋଗ କରି ପାରିଲେ ତାଙ୍କର ଦେଖିଥିବା ସପ୍ନ ପୂରଣ ହୋଇପାରିବ ବୋଲି ସଂଗଠନ ର ସଭାପତି କହିଥିଲେ।ଶେଷରେ ଲେସଦେବ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।
