HomeKoshalTv Exclusiveପେନସନ ପଇସାରୁ 1ଲକ୍ଷ 5 ହଜାର ଟଙ୍କା ମନ୍ଦିର ଉନ୍ନତି କରଣ ପାଇଁ ଦାନ କଲେ...

ପେନସନ ପଇସାରୁ 1ଲକ୍ଷ 5 ହଜାର ଟଙ୍କା ମନ୍ଦିର ଉନ୍ନତି କରଣ ପାଇଁ ଦାନ କଲେ 94 ବର୍ଷୀୟ ବୃଦ୍ଧ

ବୟସର ଅପରାହ୍ନରେ ନିଜ ପେନସନ ପଇସାରୁ 1ଲକ୍ଷ 5 ହଜାର ଟଙ୍କା ମନ୍ଦିର ଉନ୍ନତି କରଣ ପାଇଁ ଦାନ କଲେ 94 ବର୍ଷୀୟ ବୃଦ୍ଧ l ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର 94 ବର୍ଷୀୟ ବୃଦ୍ଧ କାର୍ତିକ ଚନ୍ଦ୍ର ଦେବତା ନିଜ ଗ୍ରାମର ଜଗନ୍ନାଥ ମନ୍ଦିରର ରୋଷେଇ ଘର ନିର୍ମାଣ ପାଇଁ 65,000 ଟଙ୍କା ଓ ଶିବ ମନ୍ଦିରର ଉନ୍ନତି କରଣ ପାଇଁ 40,000 ଟଙ୍କା ନିଜ ପେନସନ ପଇସାରୁ ମୁକ୍ତ ହସ୍ତରେ ଦାନ କରିଛନ୍ତି l

ଶ୍ରୀ କାର୍ତିକ ଚନ୍ଦ୍ର ଦେବତା ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବରେ କାର୍ଯ୍ୟରତ ଥିଲେ l 1987 ମସିହାରୁ ସେ ସରକାରୀ ଚାକିରିରୁ ଅବସର ନେଇଥିବା ବେଳେ ବର୍ତମାନ ସେ ସୋହେଲା ବ୍ଲକର ନିଜ ଗ୍ରାମ ଚିଚିଣ୍ଡା ଠାରେ ପରିବାର ସହିତ ରହୁଛନ୍ତି l ଶ୍ରୀ ଦେବତା ମନ୍ଦିରକୁ ଅର୍ଥ ଦାନ ନିମନ୍ତେ ଇଛା ପ୍ରକଟ କରିଥିଲେ ଏବଂ ତାଙ୍କ ଚାରି ପୁଅଙ୍କୁ ଜଣାଇଥିଲେ l ପୁଅମାନେ ଗାଁ କମିଟି ସହ ଆଲୋଚନା କରିବା ପରେ ତେବେ ଗାଁ ର ଗଉନ୍ତିଆ ସନ୍ତୋଷ ବିଶ୍ରି, ମନ୍ଦିର କମିଟି ସଦସ୍ୟ ବୈଲୋଚନ ଦିଶ୍ରି , ହେମସାଗର ପ୍ରଧାନ ଏବଂ ଯୋଗେଶ୍ୱର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଗ୍ରାମର ଉଭୟ ଜଗନ୍ନାଥ ମନ୍ଦିର ଓ ମହାଦେବ ମନ୍ଦିର ଉନ୍ନତି ପାଇଁ ଦାନ ଅର୍ଥ ଗ୍ରହଣ କରିଥିଲେ। ଗ୍ରାମ୍ୟ କମିଟି ପକ୍ଷରୁ ଶ୍ରୀ ଦେବତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ସେ ୯୪ ବର୍ଷ ରେ ପଦାର୍ପଣ କରିଥିଲେ ସୁଦ୍ଧା ସଚଳ ତଥା ନିଜ କାମ ନିଜେ କରୁଛନ୍ତି । ତେବେ ବରିଷ୍ଠ ନାଗରିକ ଶ୍ରୀ କାର୍ତ୍ତିକ ଦେବତା ଏପରି ବଦାନ୍ୟତା ଏକ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ବୁଦ୍ଧିଜୀବୀ ସେ ପ୍ରସଂଶାର କରିଛନ୍ତି । ବ୍ୟୁରୋ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine