HomeKoshalTv Exclusiveଥୁଆପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ

ଥୁଆପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ

ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ବିଭାଗ ର ୨୨ଟି ଓ କନିଷ୍ଠ ବିଭାଗ ୯ଟି ପ୍ରକଲ୍ପ ପ୍ରଦର୍ଶତ ହୋଇଯାଇଛି । ଏଥିରେ ମୁଖ୍ୟ ବିଚାରକ ଭାବେ ରେମଣ୍ଡା ସାଧନା କର୍ମୀ ମନୋରଞ୍ଜନ ମେହେର ଓ ଭୋଇପାଲି ପ୍ରକଲ୍ପ ଉ :ପ୍ରା ବିଦ୍ୟାଳୟ ର ଶିକ୍ଷକ ଦନାରଦନ ଭୋଇ ଯୋଗ ଦେଇଥିଲେ ଓ ଉଭୟ ବିଭାଗ ରୁ ୩ଟି ଲେଖାଏଁ ଯୋଗ୍ଯ ବିବେଚିତ କରିଥିଲେ। ବରିଷ୍ଠ ବିଭାଗ ରୁ ପ୍ରଥମ ସୌମ୍ୟ ରଂଜନ ରୟ, ଦ୍ଵିତୀୟ ମିଲି ଜୁଆଡି, ତୃତୀୟ ନୀଳିମା ପୋଢ ଓ ଅରୁଣ ସ୍ଵାମୀ। କନିଷ୍ଠ ବିଭାଗ ରୁ ପ୍ରଥମ, ମାନବ ଦୁତିଆ ଚାନ୍ଦ, ଦ୍ଵିତୀୟ କାର୍ତିକ କୁମ୍ଭାର, ତୃତୀୟ ସୌମ୍ୟା ଭିତରିଆ। ଏହି ବିଜ୍ଞାନ ମେଳା ରେ ବିଦ୍ୟାଳୟର ଶିକ୍ଷକ ଅନୀଲ ନାୟକ, ସିତାରାମ କନ୍ଧେର, ଅନନ୍ତ କୁମାର ପଧାନ, ଶ୍ରୀମତୀ ଗୀତା ସେଠ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଓ ବିଚାରକ ମାନଙ୍କୁ ବିଦ୍ୟାଳୟ ର ଶିକ୍ଷକ ପ୍ରତାପକେଶରୀ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Must Read

Google search engine