HomeKoshalTv Exclusiveଦଧିବାମନ ହାଇସ୍କୁଲରେ ୫୯ ତମ ଶିଶୁ ଦିବସ ପାଳିତ

ଦଧିବାମନ ହାଇସ୍କୁଲରେ ୫୯ ତମ ଶିଶୁ ଦିବସ ପାଳିତ

ଦଧିବାମନ ହାଇସ୍କୁଲ ରେ ୫୯ ତମ ଶିଶୁ ଦିବସ ପାଳିତ
ରେଙ୍ଗାଲିକ୍ୟାମ୍ପ, ତା୧୪/୧୧( ନି ପ୍ର)…… ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଲକ କୁମେଲ୍ ସିଂହା ଦଧିବାମନ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଦଳପତି ଙ୍କ ଅଧ୍ୟକ୍ଷତା ରେ ୫୯ ତମ ଶିଶୁ ଦିବସ ପାଳିତ ହୋଇଯାଇଛି।ଏହି ପବିତ୍ର ଦିବସରେ ଶିକ୍ଷକ ତଥା ଛାତ୍ର ଛାତ୍ରୀ ମାନେ ଚାଚା ନେହେରୁ ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇ ଥିଲା । ଶିକ୍ଷକ ଡିଲେଶ୍ୱର ନାଏକ ସ୍ଵାଗତ ଅଭିଭାଷଣ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଗୁରୁ ମାନେ ଫୁଲ ଚନ୍ଦନ ଦେଇ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କାମନା କରିଥିଲେ ।ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ତଥା ପିଲାଙ୍କର ଅତି ପ୍ରିୟ ଚାଚାଜୀ ନେହେରୁ ଙ୍କ ପୁସ୍ତକ ବିଷୟରେ ଛାତ୍ର ଛାତ୍ରୀ ମାନେ ବକୃତା କହିଥିଲେ ।ଛାତ୍ର ଛାତ୍ରୀ ମାନେ କିପରି ତାଙ୍କର ଲକ୍ଷ୍ୟ ପୁରଣ କରିପାରିବେ,ଭବିଷ୍ୟତ ଗଠନ କରିପାରିବେ ସେଇ ଉପରେ ଶିକ୍ଷକ ରଘୁନନ୍ଦନ ପଣ୍ଡା,ପ୍ରମୋଦ ପ୍ରଧାନ ଓ ଶାରୀରିକ ଓ କ୍ରୀଡା ଶିକ୍ଷକ ତ୍ରୈଲୋକ୍ୟ ନାଏକ ମାର୍ଗ ଦର୍ଶନ କରିଥିଲେ । ଶେଷରେ ଛତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ମଧ୍ୟରେ ସଙ୍ଗୀତ ,ପ୍ରବନ୍ଧ ,ତର୍କ ଆଦି ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍କୁଲ୍ ର ସମସ୍ତ ଶିକ୍ଷକ ,କର୍ମଚାରୀ ,ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିବା ବେଳେ ଶିକ୍ଷକ ପ୍ରମୋଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Must Read

Google search engine