HomeKoshalTv Exclusiveଗନ୍ଧମାଳି ସମାଜର ବଂଧୁ ମିଳନ

ଗନ୍ଧମାଳି ସମାଜର ବଂଧୁ ମିଳନ

ବରଗଡ ଜିଲ୍ଲା ଭେଡେନ ବ୍ଲକ ଓ ଅତାବିରା ବ୍ଲକ ର ଗନ୍ଧମାଳି ସମାଜ ପକ୍ଷରୁ ଝିଲିମିନଂଡା ପଂଚାୟତ ର ସୋର୍ଣ୍ଣା ଶିବ ମଂଦିର ପରିସରରେ ଏକ ବଂଧୁ ମିଳନ ମହା ସମାରୋହରେ ପାଳିତ ହୋଇଯାଇଛି। ଏହା ଆଯୋଜିତ କରିଥିଲେ ଲିଂଗରାଜ ମହାପାତ୍ର ଓ ସଂଯୋଜନା କରିଥିଲେ ସୂର୍ଯ୍ୟ କୁମାର ଦେହେରୀ ।ଏଥିରେ ପ୍ରଥମେ ଦିବଂଗତ ସଭାପତି ମନଗୁରୁ ଦେହେରୀ କଂ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ଉପସଭାପତି ଲକ୍ଷ୍ୟପତି ଗୁରୁ ସଭାପତିତ୍ବ ରେ ସଭାପତି ଭାବେ ଜଗଦିଶ ମହାପାତ୍ର କୁଂ ସଭାପତି ଭାବେ ମନୋନୀତ କରାଗଲା ।କାର୍ଯ୍ୟକାରୀ କମିଟି କୁ ସନ୍ତୋଷ ଗୁରୁ, ଅନୁପ ମହାପାତ୍ର ଓ ଝସକେତନ ମହାପାତ୍ର ମନୋନୀତ କରାଯାଇଛି। ମନୋନୀତ ସଭ୍ୟ ମାନଂକୁ ପୁଷ୍ପମାଲ୍ଯ ସହିତ ଉପଢୌକନ ପ୍ରଦାନ କରଯାଇଥିଲା। ଏହି ସମୟରେ ନିମେଇଁ ମହାପାତ୍ର କଂ ନୂତନ ବର୍ଷ ୨୦୨୩ ର ସମଲପୁରୀ କେଲେଣ୍ଡର ଉନ୍ମୋଚିତ ହୋଇଥିଲା। ପରିଶେଷରେ ଅନୁପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Must Read

Google search engine