HomeKoshalTv Exclusiveଶିଶୁ ସୁରକ୍ଷା ଅବହେଳା ହେଲେ ବିଦ୍ୟାଳୟ ବନ୍ଦ ହେବ

ଶିଶୁ ସୁରକ୍ଷା ଅବହେଳା ହେଲେ ବିଦ୍ୟାଳୟ ବନ୍ଦ ହେବ

କାଲେଶ୍ୱର ଆବାସିକ ବିଦ୍ୟାଳୟ ପରିଚାଳକଙ୍କୁ ଜିଲାପାଳଙ୍କ କଡା ତାଗିଦ,
ଶିଶୁ ସୁରକ୍ଷା ଅବହେଳା ହେଲେ ବିଦ୍ୟାଳୟ ବନ୍ଦ ହେବ
ବୌଦ୍ଧ,୨୩ା୧୧ : ବୁଧବାର ଅପରାହ୍ନରେ ଜିଲାପାଳ ସତ୍ୟ ରଞ୍ଜନ ସାହୁ କାଲେଶ୍ୱର ଆବାସିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ସୂରକ୍ଷା,ରକ୍ଷଣାବେକ୍ଷଣ,ଶିକ୍ଷାଦାନ ବ୍ୟବସ୍ଥା,ଖାଦ୍ୟ ବ୍ୟବସ୍ଥା,ହଷ୍ଟେଲ ବ୍ୟବସ୍ଥା,ପରିଷ୍କାର ପରିଛନ୍ନତା,ଶୌଚାଳୟ ଆଦି ସଂପର୍କରେ ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଛାତ୍ରଛାତ୍ରୀମାନଙ୍କ ସହିତ ମିଶି ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ବିଦ୍ୟାଳୟର ପିଲାମାନଙ୍କ ନିକଟରେ ରକ୍ତହୀନତା,ପୁଷ୍ଟିହୀନତା ଦେଖିବାକୁ ପାଇବାସହ ତତ୍କାଳ ସେଠାରେ ଏକ ମେଡିକାଲ କ୍ୟାମ୍ପ କରି ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ୟାମ୍ପରେ ଶିଶୁ ବିଶେଷଜ୍ଞ,ଚକ୍ଷୁବିଶେଷଜ୍ଞ,ଚର୍ମ ବିଶେଷଜ୍ଞ ଉପସ୍ଥିତ ରହିବା ସହିତ ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପର୍ଯ୍ୟନ୍ତ କ୍ୟାମ୍ପ ପରିଚାଳନା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଅଶାକର୍ମୀମାନେ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଶିଶୁଙ୍କ ପରିଷ୍କାର ପରିଛନ୍ନତା ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟରେ ଆକ୍ୱାଗାର୍ଡ ଲଗାଇ ବିଶୁଦ୍ଧ ପାନୀୟଜଳ ଶିଶୁମାନଙ୍କୁ ଦେବାକୁ ପରିଚାଳନା ସଂସ୍ଥାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହପରି ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳାନରେ ପାଇଖାନା କମ ଥିବାରୁ ଜିଲାପାଳ ଶ୍ରୀସାହୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ,ଜୋତା,ଔଷଧ,ପୁଷ୍ଟିକର ଖାଦ୍ୟ ,ଖଟ ଓ ମଶାରୀ ଆଦି ଯୋଗାଇଦେବାକୁ ଜିଲା ମଙ୍ଗଳ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେବା ସହିତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆସନ୍ତାକାଲି ବିଦ୍ୟାଳୟ ପରିଚାଳକ ୪ ମାସର ଅଡିଟ ରିପୋର୍ଟ, ବିଦ୍ୟାଳୟକୁ ମିଳିଥିବା ଅନୁଦାନ ଏବଂ ଖର୍ଚ୍ଚ ବିବରଣୀ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଉପସ୍ଥାପନ କରିବାକୁ ଜିଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ,ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ଥିଲେ । ପରେ ପରେ ଜିଲାପାଳ ଅନ୍ୟ ଅଧିକାରୀମାନଙ୍କ ସହିତ ସରସରାଠାରେ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପରିଦର୍ଶନ କରିବାକୁ ଯାଇଥିଲେ । କୁନା ବେହେରାଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine