ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :
- ବିଭିନ୍ନ ୨୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ :
- ତୁରନ୍ତ ସମାଧାନ ହେଲା ବିଭିନ୍ନ
0୮ଗୋଟି ଅଭିଯୋଗ :
ସୁବର୍ଣ୍ଣପୁର, ତା ୨୮/୧୧/୨୨
ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ୨୮ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୧ ଗୋଟି ଓ ସାମୁହିକ ଦରଖାସ୍ତ 0୭ ଗୋଟି ରହିଛି l ଗ୍ରହଣ ୨୮ ଗୋଟି ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର 0୮ ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨0 ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା I ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଉଲୁଣ୍ଡା ଶ୍ରୀ ହେମସାଗର ଭୋଇ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ, ବୀରମହାରାଜପୁର ଶ୍ରୀ ଅଶୋକ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ଇଂ ବିଭୁ ପ୍ରସାଦ ପଣ୍ଡା,ତହସିଲଦାର ବିପିନ୍ କୁମାର ପ୍ରଧାନ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l ଏହି ଶିବିରରେ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ ବ୍ଲକ ଅନ୍ତର୍ଗତ କୋଟସମଲେଇ ପଞ୍ଚାୟତ ମହୁଖଣ୍ଡି ଗ୍ରାମର ନିରାଶା ମୁଣ୍ଡା, ମୁଣ୍ଡୋଘାଟ ପଞ୍ଚାୟତ ବିଜେପୁର ନିବାସୀ କସ୍ତୁରୀ ମହାନ୍ତି,ଉଲୁଣ୍ଡା ଗ୍ରା. ପ. ଅନ୍ତର୍ଗତ ପୁଟୁରୁପାଲି ନିବାସୀ କସ୍ତୁରୀ ବାରିକ,ଓ ବଡାଲି ଗ୍ରାମ ର ସସ୍ମିତା ଜାଲ ଙ୍କ ସହ ମହୁଲପାଲି ନିବାସୀ ସୁନିତା ପଧାନ ପ୍ରଭୁତି ପାଞ୍ଚ ଜଣଙ୍କୁ ଟଙ୍କା ୫00 ଶହ ଲେଖାଏଁ ଭତ୍ତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ନରୱଣେ l ସୂଚନା ମୁତାବକ ମହୁଖଣ୍ଡି ଗ୍ରାମ ନିବାସୀ ନିରାଶା ମୁଣ୍ଡା ଙ୍କ ଭତ୍ତା ହୋଇ ନଥିବା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା, ମାତ୍ର ଆଜି ମୁଣ୍ଡା ଙ୍କୁ ତୁରନ୍ତ ପେନସନ ରେ ସାମିଲ ନିମନ୍ତେ ଜିଲ୍ଲାପାଳ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଶିବିର ରେ ତାଙ୍କର ଆଧାର ତଥା ଅନ୍ୟାନ୍ୟ କାଗଜାଦ ପ୍ରସ୍ତୁତ କରାଯାଇ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇ ପେନସନ ପ୍ରଦାନ କରାଯାଇଛି l ବ୍ୟୁରୋ ରିପୋର୍ଟ କୋଶଳ ଟିଭି