ଡମ୍ବରୁଗଡ ମଠରେ ଆରମ୍ଭ ହେଲା ମହାନ୍ତ ଗିରିବର ଦାସ ବାବାଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ll
ବୌଦ୍ଧ (ସହଜପାଲ) ତା ୦୨/୧୨
ସିଦ୍ଧତପୋସେବାବନ ଡମ୍ବରୁଗଡ଼ କଙ୍କଲାଠାରେ ସାକେତଧାମ ପ୍ରାପ୍ତ √ ଶ୍ରୀ ଶ୍ରୀ ମହାରାଜା ୧୦୦୮ ଶ୍ରୀ ମହନ୍ତ ଗିରିବର ଦାଶ ତ୍ୟାଗୀଙ୍କ ପ୍ରଥମ ବାର୍ଷିକ ମହୋତ୍ସବ ଉପଲକ୍ଷେ ଆଜି ପୂର୍ବାହ୍ନ ସମୟରେ କଙ୍କଳା ଶିବ ମନ୍ଦିର ମହାନଦୀ ଘାଟରୁ ଶତାଧିକ ମହିଳା କଳସଯାତ୍ରାରେ ସାମିଲ ହୋଇଥିଲେ I ଏଥିରେ କଙ୍କଲା, ଦମ୍ବରୁଗଡ, ସାହଜପଲ୍, ପୋଦଖାଲ, ଇତ୍ୟାଦି ମଠ ଆଖପାଖ ଅଞ୍ଚଳରୁ କୀର୍ତ୍ତନ ମଣ୍ଡଳୀ, ନମଗୁରୁଦଳ ସଭାଯାତ୍ରାରେ ସାମିଲ ହୋଇଥିଲେ I ମଠର ମହନ୍ତ ସର୍ବେଶ୍ଵର ଦାସ, ବାବା ରଘୁବିର ଦାସ, ରଘବାନନ୍ଦ ଦାସ ଗୌର ଦାସ, ବିହାରୀ ଦାସ ଙ୍କ ଶିଷ୍ୟ ଅଗସ୍ତି ତ୍ୟାଗୀ,ପୂଜକ ଗରୀବ ମିଶ୍ର, ପ୍ରଦୀପ କୁମାର ପାଢ଼ୀ, କର୍ତ୍ତା ଭାବେ ସପତ୍ନିକ ରମେଶ ପ୍ରସାଦ ପ୍ରଧାନ ଓ ସପତ୍ନିକ୍ ପରଖିତ ସେଠୀ, କମିଟି ସଭାପତି ପୟୋଧର ମହାକୁଲ, ସମ୍ପାଦକ ଦୀପକ ବେହେରା, ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ସେଠୀ, ସମିତି ସଭ୍ୟ ପ୍ରତିନିଧି ରାଜକୁମାର ସେଠୀ, ବରିଷ୍ଠ ସଦସ୍ୟ ରମେଶ ପ୍ରସାଦ ସାହୁ, ଅଶୋକ ମହାକୁଡ, ସାନ୍ତାନୁ କୁମାର ଚାନ୍ଦ, ରାଜୁ ମେହେର, ଉଗ୍ରସେନ ବେହେରା,ଉତ୍ତମ୍ ବେହେରା, ଦୁଷ୍ମନ୍ତ କୁମାର ପୃଷ୍ଟି, ଶ୍ରୀପତି ମହାକୁଡ, ଶ୍ରୀକ୍ଷେତ୍ର ମହାକୁଡ,ମହେଶ ପ୍ରସାଦ ଅଗ୍ରୱାଲ, କୃତ୍ତିବାସ ପଲିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଆସନ୍ତା ୦୩ ତାରିଖ ଠାରୁ ତା ୧୦ ତାରିଖ ପର୍ଯ୍ୟନ୍ତ ଭାଗବତ ସପ୍ତାହ ଯଜ୍ଞ, ପ୍ରବଚନ, ମିନାବାଜାର ସହିତ ପ୍ରତ୍ୱେକ୍ ସନ୍ଧ୍ୟା ସମୟରେ ସଭା ଓ ରାମଲୀଳା ନାଟକ ପ୍ରଦର୍ଶନ ହେବବୋଲି ଆୟଯୋକ ମାନଂକ ସୁତ୍ରରୁ ପ୍ରକାଶ l


