ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ବୈଠକ
ରେଙ୍ଗାଲିକ୍ୟାମ୍ପ, ତା ୪/୧୨….. ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଆଜି ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ,ତପନ କୁମାର ଦାଶ, ପ୍ରଧାନ ଶିକ୍ଷକ ମନୋଜ ହରପାଲ,ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା ମଞ୍ଚାଷୀନ ଥିଲେ । ଏହି ବୈଠକକୁ ଲାଦେରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ପରିଚାଳନା କରିଥିଲେ। ଆସନ୍ତା ୮ ତାରିଖରେ ବାଳକ ଉଚ୍ଚ ବିଦ୍ୟାଳୟରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ରେ ବ୍ଲକ ର ସମସ୍ତ ସରକାରୀ ତଥା ଅନୁଦାନ ପ୍ରାପ୍ତ ୧୫୨ ଟି ଉଚ୍ଚ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟ ଏଥିରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି।ଏଥିପାଇଁ ନିର୍ଦ୍ଧିଷ୍ଟ ରହିଥିବା ସାତଟି ଉପ ବିଷୟ ର ଭାଗୀଦାର ମାନଙ୍କ ମଧ୍ୟରୁ ପ୍ରତ୍ୟେକ ଉପ ବିଷୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡ଼ିକ ଜିଲ୍ଲା ସ୍ତରରେ ପ୍ରଦର୍ଶନ ପାଇଁ ଯୋଗ୍ୟ ବିବେଚିତ ରହିବେ ।ପୂର୍ବ ବର୍ଷ ଗୁଡିକରେ ପ୍ରଥମରୁ ପାଞ୍ଚ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ବ୍ଲକ ସ୍ତରରେ ପ୍ରଥମ ହେଉଥିଲେ ମଧ୍ୟ କନିଷ୍ଠ ବର୍ଗ ବୋଲି ଜିଲ୍ଲା ସ୍ତରରେ ଭାଗ ନେବାରୁ ବଞ୍ଚିତ ହେଉଥିଲେ ।କିନ୍ତୁ ଚଳିତ ବର୍ଷ ସରକାର କୁନି କୁନି ପିଲାଙ୍କ ଭିତରେ ଥିବା ବିଜ୍ଞାନ ଭିତ୍ତିକ ମନୋବଳ ବୃଦ୍ଧି କରିବା ପାଇଁ ସେମାନଙ୍କୁ ଜିଲ୍ଲାସ୍ତରରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି ।ତେଣୁ ଚଳିତ ବର୍ଷ ବରିଷ୍ଠ କନିଷ୍ଠ ବିଭାଗ ନ କରି କେବଳ ଉପର ଲିଖିତ ସାତଟି ଉପ ବିଷୟ ଉପରେ ଆଧାରିତ ପ୍ରକଳ୍ପ ଅନୁସାରେ ମନୋନୀତ କରାଯିବ । ତେଣୁ ପୂର୍ବ ପରି ଆଉ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯିବ ନାହିଁ ବୋଲି ଜଣାପଡିଛି ।ପ୍ରତ୍ୟେକ ବିଦ୍ୟାଳୟ ରୁ ଅତି କମ୍ ରେ ଗୋଟିଏ ଓ ଅତିବେଶୀରେ ତିନୋଟି ପ୍ରକଳ୍ପ ପ୍ରଦର୍ଶନ ପାଇଁ ଆଣିପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।ପ୍ରତି କ୍ଲଷ୍ଟର ରୁ ସାତଟି ଯାକ ଉପ ବିଷୟରେ ପ୍ରଜଲ୍ ଯେମିତି ଆସିପାରିବ ସେଥିପ୍ରତି ନିଜ ନିଜ କ୍ଲଷ୍ଟର ରେ ଦୃଷ୍ଟି ଦେବେ ବୋଲି ସି ଆର୍ ସି ସି ମାନଙ୍କୁ ଦାୟିତ୍ଵ ଦିଆଯାଇଛି। ସକାଳ ଆଠଟାରୁ ପ୍ରଥମେ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରକଳ୍ପ ପ୍ରଦର୍ଶନୀ ର ଉଦଘାଟନ କରାଯିବ ବୋଲି ବୈଠକ ରେ ସ୍ଥିର କରାଯାଇଛି ।ଏହି ବୈଠକରେ ବ୍ଲକ ର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ,ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ସି ଆର୍ ସି ସି ଯୋଗ ଦେଇଥିବା ବେଳେ ତପନ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅତାବିରାରୁ ଆକାଶ ମିଶ୍ରଙ୍କ ରିପୋର୍ଟ କୋଶଳ ଟିଭି