1991 ମାଟ୍ରିକ ବ୍ୟାଚ, ମହାରାଜା ହାଇସ୍କୁଲ, ସୋନପୁରର ଆଗାମୀ ବାର୍ଷିକ ବନ୍ଧୁ ସମାଗମ ନିମନ୍ତେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମହାଦେବ ମନ୍ଦିର,ସୋନପୁର ଠାରେ ତାରିଖ -୦୪.୧୨.୨୦୨୨, ରବିବାର ସନ୍ଧ୍ୟା ୭.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା l ସମସ୍ତ ବନ୍ଧୁ ଏହି ବୈଠକରେ ଯୋଗଦେଇ ନିଜ ନିଜ ସୁଚିନ୍ତିତ ମତାମତ ଦେଇ ଆଗାମୀ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପନ୍ନ କରିବା ନିମନ୍ତେ ନିଜର ଯୋଗଦାନ କୁ ନିଶ୍ଚିତ କରିଥିଲେ l ଆଗାମୀ ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ସମସ୍ତ ବନ୍ଧୁ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।ଶେଷ ରେ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ଆଳତି ସହ ସମସ୍ତ ବନ୍ଧୁ ସାମୂହିକ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ତାପସ ରଞ୍ଜନ ମିଶ୍ର, ନୀଳାମ୍ବର ଶତପଥୀ, ଗୋବିନ୍ଦ ମହାଣା, ମହାଦେବ ମଲ୍ଲିକ, ଗୋପାଳ ବେହେରା, ମାନଭଞ୍ଜନ ପାଣିଗ୍ରାହୀ, ଆନନ୍ଦ ଭୁତ, ସନ୍ତୋଷ ମହାପାତ୍ର, ପ୍ରଦୀପ ଯୋଶୀ, ସରୋଜ ମେହେର, ସୁବ୍ରତ ତ୍ରିପାଠୀ, ମନୋଜ କମାଣି ପ୍ରମୁଖ ଯୋଗ ଦେଇ ସହାୟତା କରିଥିଲେ l ସୁବର୍ଣ୍ଣପୁରରୁ ମନୋରଞ୍ଜନ ପାଣିଗ୍ରାହୀଙ୍କ ରିପୋର୍ଟ କୋଶଳ ଟିଭି