HomeKoshalTv Exclusiveନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ

ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ

ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ


ବୌଦ୍ଧ ( ୦୫/୧୨): ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ହରଭଙ୍ଗା ଓ ବୌଦ୍ଧ ବ୍ଲକର ୧୮ଟି ଯୁବକ ସଙ୍ଘ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଜଗନ୍ନାଥ ଯୁବକ ସଂଘ ଦ୍ୱାରା ବ୍ୟାଡମିଣ୍ଟନ ମ୍ୟାଚ ସକାଳ ୭ ଘଟିକା ରୁ ଆରମ୍ଭ ହୋଇ ୯ ଘଣ୍ଟାରେ ସମାପ୍ତ ହୋଇଥିଲା । ଏହି ମ୍ୟାଚରେ ସୁମନ ପ୍ରଧାନ ବିଜୟୀ ଏବଂ ଲଗନ ପ୍ରଧାନ ରନରସ ଅପ ହୋଇଥିଲେ । ଏହି ମ୍ୟାଚରେ ପ୍ରକାଶ ସେଠି ଏବଂ ସମ୍ରାଟ ସାହୁ ରେଫରି ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କାଲାମ ଯୁବକ ସଙ୍ଘ ଦ୍ୱାରା କବାଡ଼ି ଏବଂ ଖୋଖୋ ମ୍ୟାଚ ତେଲିବନ୍ଧ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ନାରାୟଣୀ ସ୍ପୋର୍ଟିଂ କ୍ଲବ ରନର ଅପ ହୋଇଥିବା ବେଳେ ନୋଡାଲ ହାଇସ୍କୁଲ ତେଲିବନ୍ଧ ବିଜୟୀ ହୋଇଥିଲେ । ଏହି ମ୍ୟାଚକୁ ପିଇଟି ଗାୟତ୍ରୀ ବେହେରା ପରିଚାଳନା କରିଥିଲେ । ସେହିପରି ତୃତୀୟ ପର୍ଯ୍ୟାୟରେ ଭଲି ବଲ ଟୁର୍ଣ୍ଣାମେଣ୍ଟ ୧୬ ଗୋଟି ଯୁବକ ସଙ୍ଘକୁ ନେଇ ଦିବା ୧୧ ଘଟିକା ସମୟରୁ ଆରମ୍ଭ ହୋଇ ରାତ୍ର ୧୨ ଘଟିକା ସମୟରେ ଶେଷ ହୋଇଥିଲା । ଏହି ଦୀର୍ଘ ସମୟରେ ମ୍ୟାଚକୁ ରେଫରି ଅଲେଖ ବେଜି , ଚନ୍ଦ୍ର ସେଠି ,ଦଶରଥ ଭୋଇ, ହରିହର ପ୍ରଧାନ ପରିଚାଳନା କରିଥିଲେ । ଶେଷରେ ନାରାୟଣୀ ସ୍ପୋର୍ଟିଂ କ୍ଲବ ବିଜୟୀ ହୋଇଥିବା ବେଳେ ବୁଟୁପାଲି ସୁପର ସିକ୍ସ କ୍ଲବ ରନର ଅପ ହୋଇଥିଲେ । ଏହି ୨୪ ଘଣ୍ଟିଆ ସ୍ପୋର୍ଟସ ମିଟରେ ମୁଖ୍ୟ ଅତିଥି ଭାବରେ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସମ୍ମାନିତ ଅତିଥି ଭାବେ ତେଲିବନ୍ଧ ସରପଞ୍ଚ ରତ୍ନାକର ନାଏକ , ସମିତି ସଭ୍ୟ ସୁନୀଲ ସେଠି, ତେଲିବନ୍ଧ ପ୍ୟାକ୍ସ ସଭାପତି ତ୍ରିପୁର ମହାକୁର, ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ସୁଧିର ଦୀପ , ସମାଜସେବୀ ମିନା ସିଂହ ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ପଦ୍ମପୁର ହାଇସ୍କୁଲ ପ୍ରଶାନ୍ତ ପରିଡା , କମ୍ପରା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ , ତେଲିବନ୍ଧ ଅତିରିକ୍ତ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସାହୁ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକୁ ଯୁବକ ସଙ୍ଘ ସଭାପତି ସମ୍ରାଟ ସାହୁ , ସମ୍ପାଦକ ସୁବ୍ରତ ପ୍ରଧାନ, ସହ ସହ ସମ୍ପାଦକ ବାଦଲ ବେଜି , କୋଷାଧ୍ୟକ୍ଷ ସୁମନ ପ୍ରଧାନ କାର୍ଯ୍ୟଭାର ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

Must Read

Google search engine